26.1 C
Bhubaneswar
Thursday, March 26, 2026
Homeଓଡିଶାମହାପ୍ରଭୁଙ୍କ ଦିବା ପହୁଡ ନୀତି: ଦୁଇ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁଙ୍କ ଦିବା ପହୁଡ ନୀତି: ଦୁଇ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ପାଇଁ ଆଜି ଅପରାହ୍‌ଣରେ ୨ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ନିର୍ଦ୍ଧାରିତ ହୋଇଛି। ଦ୍ବିତୀୟ ଭୋଗ ମଣ୍ଡପରେ ଏହି ନୀତି ଆରମ୍ଭ ହେବ। ଦିବା ପହୁଡ ନୀତି ପାଇଁ ମହାପ୍ରଭୁଙ୍କ ଦର୍ଶନ ଅପରାହ୍ନ ସାଢ଼େ ୪ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ବନ୍ଦ ରହିବ। ପହୁଡ ଖୋଲିବା ପ‌ରେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିବେ।ପରମ୍ପରା ମୁତାବକ କାର୍ତ୍ତିକ ମାସ ଓ ପହଲି ଭୋଗ ମାସରେ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଆଜି ଅନ୍ୟାନ୍ୟ ନୀତି ସବୁ ଶୃଙ୍ଖଳିତ ହୋଇଛି। ସୋମବାର ରାତି ସମସ୍ତ ନୀତିନର୍ଘଣ୍ଟ ସରିଲା ପରେ ରାତ୍ର ପହୁଡ଼ ହୋଇ ଆଜି ଭୋର ୪ଟା୪୦ରେ ଦ୍ବାରଫିଟା ହୋଇଥିଲା। ସକାଳ ୫ଟା୧୫ରେ ମଙ୍ଗଳ ଆଳତୀ, ସକାଳ ୬ଟା୪୦ରେ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲ। ପରେ ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ଧୂପ, ପ୍ରଥମ ଭୋଗ ମଣ୍ଡପ, ମଧ୍ୟ‌ାହ୍ନ ଧୂପ, ଦ୍ବିତୀୟ ଭୋଗମଣ୍ଡପ ପରେ ଦିବା ପହୁଡ଼ ପାଇଁ ପ୍ରସ୍ତତି ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking