ଭୁବନେଶ୍ୱର: ମହାନଦୀ ଜଳବିବାଦର ସମାଧାନର ବାଟ ଖୁବଶୀଘ୍ର ବାହାରିବ । ଏନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଟ୍ରିବ୍ୟୁନାଲ ତାରିଖ ବନ୍ଦ ହେବ । ଆପୋସ ଆଲୋଚନାରେ ସମାଧାନ ହେବ । ଛତିଶଗଡର ଏହାକୁ ନେଇ ବିଶେଷ କିଛି ସମସ୍ୟା ଥିଲା ପରି ମନେ ହେଉନି । ଛତିଶଗଡ ଓ କେନ୍ଦ୍ର ସହ ଆପୋସ ସମାଧାନ ନେଇ ମୁଁ ଆଶାବାଦୀ । ବିଗତ ସରକାର ସେ ଦିଗରେ ଚିନ୍ତା କଲାନି, ଓଡିଶା ଆଜି ଏଭଳି ସ୍ଥିତିରେ ।










