19.1 C
Bhubaneswar
Saturday, December 13, 2025
Homeଓଡିଶାମାଫିଆଙ୍କ କବଜାରେ ମହାନଦୀ

ମାଫିଆଙ୍କ କବଜାରେ ମହାନଦୀ

କଟକ: ଜବରଦଖଲକାରୀଙ୍କ କବଜାରେ ମହାନଦୀ ପଠା। ସରକାରୀ ଜମିକୁ କବଜା କରି ଶାଗମାଛ ଦରରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି ଦଲାଲ। କଟକ ସାଲେପୁର ତହସିଲ ଅନ୍ତର୍ଗତ ଅତୋଡ଼ା ନଦୀ ପଠାରେ ଏଭଳି ବେଆଇନ ଜମି କାରବାର ଚାଲିଛି। ହେଲେ ଏଥିପ୍ରତି କାହାର ନିଘା ନାହିଁ। ଜିଲ୍ଲା ପ୍ରଶାସନ ଅଚିନ୍ତା ନିଦରେ ଶୋଇଛି ବୋଲି ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ପ୍ରତିବାଦର ସ୍ବର ଉଠାଇଛନ୍ତି ବନ୍ୟା ସମୟରେ ଚାଷ ଜମି ଅତଡ଼ା ଖାଇ ମହାନଦୀରେ ମିଶିଯାଇଛି। ନିଜ ଜମି ଫେରି ପାଇବା ପାଇଁ ସରକାରଙ୍କ ନିକଟରେ ବର୍ଷ ବର୍ଷ ଧରି ନିବେଦନ କରି ଥକିଗଲେଣି ଚାଷୀ। ଏପଟେ ଜମି ମାଫିଆ ମାଟି ଗୋଡ଼ି ପକାଇ ରାସ୍ତା ନିର୍ମାଣ କରିବା ଆଳରେ ଜମି ଜବରଦଖଲ କରି ମାଲିକାନା ଦେଖାଉଛନ୍ତି। ତଦନ୍ତ କରି ଜବରଦଖଲ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ସାଲେପୁର ତହସିଲଦାର। ଏଥିପାଇଁ ଅନୁମତି ମିଳିଛି ନା ନାହିଁ? ଯଦି ମିଳିଛି କିଏ କେଉଁ ଆଧାରରେ ଦେଇଛି? ତାକୁ ନେଇ ବି ପ୍ରଶ୍ନ ଉଠୁଛି। ଜିଲ୍ଲା ପ୍ରଶାସନ ଏହାର ଉତ୍ତର ରଖିବାର ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking