23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶମହାକୁମ୍ଭର କୌଣସି ଅର୍ଥ ନାହିଁ : ଲାଲୁ

ମହାକୁମ୍ଭର କୌଣସି ଅର୍ଥ ନାହିଁ : ଲାଲୁ

ପାଟନା: ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମହାକୁମ୍ଭର ଗୁରୁତ୍ୱକୁ ଖାରଜ କରି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମହାକୁମ୍ଭ ବେକାର, ଏହାର କୌଣସି ଅର୍ଥ ନାହିଁ। ନୂଆଦିଲ୍ଲୀ ରେଳ ଷ୍ଟେସନ ଦୁର୍ଘଟଣା ନେଇ ସେ କହିଛନ୍ତି ଯେ, “ଘଟଣାଟି ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଏବଂ ମୁଁ ପୀଡିତଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏହି ଦୁଃଖଦ ଘଟଣା ରେଳବାଇର ଭୁଲ ପରିଚାଳନା ଯୋଗୁଁ ଘଟିଛି, ଏବଂ ରେଳମନ୍ତ୍ରୀ ଦାୟୀତ୍ୱ ନେବା ଉଚିତ।” ସୂଚନାଯୋଗ୍ୟ,ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଦିଲ୍ଲୀର ଲେଡି ହାର୍ଡିଞ୍ଜ ​​ଏବଂ ଏଲଏନଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଶନିବାର ରାତିରେ ୧୪ ଏବଂ ୧୬ ନମ୍ବର ପ୍ଲାଟଫର୍ମରେ ଏହି ଦୁର୍ଘଟଣା ଘଟିଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ପିଲା ଅଛନ୍ତି। ରେଳମନ୍ତ୍ରୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଳାଚକଟାରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ବିହାର ଏବଂ ଦିଲ୍ଲୀର ବାସିନ୍ଦା। ବିହାରର ୯ ଜଣ, ଦିଲ୍ଲୀର ୮ ଜଣ ଏବଂ ହରିୟାଣାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ନୂଆଦିଲ୍ଲୀ ରେଳ ଷ୍ଟେସନର ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ସମ୍ପର୍କରେ ରେଳବାଇର ପ୍ରଥମ ସରକାରୀ ବିବୃତି ପ୍ରକାଶ ପାଇଛି। ଉତ୍ତର ରେଳବାଇର ସିପିଆରଓ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ, ଗତକାଲି ଯେତେବେଳେ ଏହି ଦୁଃଖଦ ଘଟଣା ଘଟିଥିଲା, ସେତେବେଳେ ପାଟନା ଅଭିମୁଖେ ଯାଉଥିବା ମଗଧ ଏକ୍ସପ୍ରେସ୍ ନୂଆଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧୪ ରେ ଏବଂ ଜମ୍ମୁ ଅଭିମୁଖେ ଯାଉଥିବା ଉତ୍ତର ସମ୍ପର୍କ କ୍ରାନ୍ତି ପ୍ଲାଟଫର୍ମ ନମ୍ବର ୧୫ରେ ଠିଆ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking