17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶମହାଦେବ ବେଟିଂ ଆପ୍ ମାଲିକ ଦୁବାଇରୁ ଗିରଫ, ଖୁବଶୀଘ୍ର ଭାରତ ପ୍ରତ୍ୟର୍ପଣ

ମହାଦେବ ବେଟିଂ ଆପ୍ ମାଲିକ ଦୁବାଇରୁ ଗିରଫ, ଖୁବଶୀଘ୍ର ଭାରତ ପ୍ରତ୍ୟର୍ପଣ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ମାଧ୍ୟମରେ ଭାରତୀୟଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିବା ସୌରଭ ଚନ୍ଦ୍ରାକାରକୁ ଦୁବାଇରେ ଗିରଫ କରାଯାଇଛି। ଇଣ୍ଟରପୋଲ୍ ରେଡ୍ କର୍ଣ୍ଣର ନୋଟିସ୍‌୍ ପରେ ଗତବର୍ଷ ଅର୍ଥାତ୍ ୨୦୨୩ରୁ ଦୁବାଇ ପୁଲିସ୍ ଚନ୍ଦ୍ରାକାରକୁ ଅଟକ ରଖିଥିଲା। ମାତ୍ର ଦିନକ ପୂର୍ବେ ତାକୁ ଗିରଫ କରାଯାଇଥିବା ନେଇ ଇଣ୍ଟରପୋଲ ପକ୍ଷରୁ ସିବିଆଇକୁ ସୂଚିତ କରାଯାଇଛି। ଇଡି ଓ ସିବିଆଇର ଅନୁରୋଧ କ୍ରମେ ଏହି ଗିରଫଦାରୀ କରାଯାଇଥିବା ଜଣାଯାଇଛି।

ବିଦେଶ ମନ୍ତ୍ରାଳୟ ଓ ଗୃୟ ମନ୍ତ୍ରାଳୟ ସହ ମିଶି ଇଡି (ଭାରତୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସୌରଭ ଚନ୍ଦ୍ରାକାରକୁ ଗିରଫ ତଥା ଭାରତ ପ୍ରତ୍ୟର୍ପଣ କରାଇବା ନେଇ ଏକ ବଡ଼ ଅପରେସନ୍ ଚଳାଇଥିଲା। ତେବେ ଏସମ୍ପର୍କରେ ଗତକାଲି ୟୁଏଇ ସୁରକ୍ଷା ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଭାରତର ବିଦେଶ ମନ୍ତ୍ରାଳୟକୁ ଫୋନ୍ କରି ଦୁବାଇରେ ସୌରଭ ଚନ୍ଦ୍ରକାରକୁ ଗିରଫ କରାଯାଇଥିବା ସୂଚନା ଦେଇଥିଲେ।

ଏହାପରେ ତା’କୁ ଏବେ ଭାରତ ଅଣାଯିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ସେଠାକାର ଆଇନ ଅନୁସାରେ ତା’କୁ କୋର୍ଟରେ ହାଜର କରି ସପ୍ତାହକ ମଧ୍ୟରେ ଇଡି ଭାରତ ଆଣିବ ବୋଲି ଜଣାପଡ଼ିଛି। ପ୍ରକାଶ, ମହାଦେବ ବେଟିଂ ଆପ୍‌ର ମାଷ୍ଟରମାଇଣ୍ଡ ହେଉଛି ସୌରଭ ଚନ୍ଦ୍ରାକାର। ଡି କମ୍ପାନୀ ଅର୍ଥାତ ଦାଉଦ ଇବ୍ରାହିମ ସହିତ ତା’ର ସମ୍ପର୍କ ଥିବା ଜଣାପଡ଼ିଛି। ଦେଶର ଅନେକ ରାଜ୍ୟରେ ମହାଦେବ ଆପ୍ ବିରୋଧରେ ମାମଲା ରୁଜୁ ହୋଇଛି। ଇଡିରେ ବି ଠକେଇ ସମ୍ପର୍କିତ ମାମଲା ରୁଜୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking