29.1 C
Bhubaneswar
Monday, March 23, 2026
Homeଦେଶ ବିଦେଶମଦ୍ରାସା ଶିକ୍ଷକଙ୍କ ଦରମା ଦୁଇ ଗୁଣ ବଢ଼ାଇଲେ ସରକାର

ମଦ୍ରାସା ଶିକ୍ଷକଙ୍କ ଦରମା ଦୁଇ ଗୁଣ ବଢ଼ାଇଲେ ସରକାର

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁଙ୍କ ପାଖରେ ପହଞ୍ଚିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ରର କ୍ଷମତାସୀନ ବିଜେପ-ଶିବସେନା ଓ ଏନସିପି ସରକାର। ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ସଂଖ୍ୟାଲଘୁଙ୍କ ପାଇଁ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ମୌଲାନା ଆଜାଦ ସଂଖ୍ୟାଲଘୁ ଆର୍ଥିକ ବିକାଶ ନିଗମକୁ ସରକାର ଦେଉଥିବା ରାଶିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଏହି ନଗମକୁ ୭୦୦ କୋଟି ଟଙ୍କା ଦେଉଥିଲେ। କିନ୍ତୁ ଆଜି ଏହାକୁ ୧ ହଜାର କୋଟିକୁ ବୃଦ୍ଧି କରାଯାଇଛି।

ଜୁଲାଇ ମାସରେ ବଜେଟ ଉପସ୍ଥାନ ବେଳେ ରାଜ୍ୟ ସରକାର ନିଗମ ପାଇଁ ଥିବା ଋଣ ଗ୍ୟାରେଣ୍ଟକୁ ୩୦ କୋଟିରୁ ୫୦୦ କୋଟିକୁ ବୃଦ୍ଧି କରିଥିଲେ। ନିଗମ ପକ୍ଷରୁ ସଂଖ୍ୟାଲଘୁ ସଂପ୍ରଦାୟର ଶିକ୍ଷାର୍ଥୀ, ଟର୍ମ ଲୋନ ଓ ମାଇକ୍ରୋ ଫାଇନାନ୍ସକୁ ଋଣ ଦେଇଥାଏ। ଏବେ ରାଜ୍ୟ ସରକାର ନିଗମର ଶେୟାରକୁ ୭୦୦ କୋଟିରୁ ୧୦୦୦ କୋଟି ବୃଦ୍ଧି କରିଛନ୍ତି। ଏହା ଉପରେ କ୍ୟାବିନେଟ ମୋହର ମାରିଛି। ଏହାବାଦ ରାଜ୍ୟ କ୍ୟାବିନେଟ ମଦ୍ରାସାର ବିଇଡି ଓ ଡିଇଡି ଶିକ୍ଷକଙ୍କ ଦରମାକୁ ବୃଦ୍ଧୁ କରିବାକୁ ନିଷ୍ପତ୍ତି ନେଇଛି। ବିଇଡି ଓ ବିଇଡି ଶିକ୍ଷକଙ୍କୁ ମଦ୍ରାସାରେ ଗଣିତ, ବିଜ୍ଞାନ ଓ ହିନ୍ଦୀ ଶିକ୍ଷା ପ୍ରଦାନ କରିବା ପାଇଁ ଠିକାରେ ନିଯୁକ୍ତି ମିଳିଥାଏ। ମଦ୍ରାସା ପାଠ୍ୟ ଖସଡ଼ାରେ ଏହି ୩ ବିଷୟ ନାହିଁ। ତେଣୁ ବାହାରକୁ ଶିକ୍ଷକଙ୍କୁ ଡାକି ଏ ବିଷୟରେ ପିଲାଙ୍କୁ ଶିକ୍ଷା ଦିଆଯାଏ। ଡିଇଡି ଶିକ୍ଷକଙ୍କ ପାରିଶ୍ରମିକ ୬ ହଜାର ବଦଳରେ ମାସିକ ୧୨ ହଜାର ହୋଇଛି। ବିଏ ଓ ବିଇଡି ଶିକ୍ଷକମାନେ ୮ ହଜାର ଟଙ୍କା ବଦଳରେ ମାସିକ ୧୮ ହଜାର ଟଙ୍କା ପାଇବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking