21.1 C
Bhubaneswar
Saturday, December 6, 2025
Homeଓଡିଶାରାଜଧାନୀରେ ବ୍ରାଉନସୁଗର କାରବାର ବେଳେ ମାଡିବସିଲା ଏସଟିଏଫ୍

ରାଜଧାନୀରେ ବ୍ରାଉନସୁଗର କାରବାର ବେଳେ ମାଡିବସିଲା ଏସଟିଏଫ୍

ଭୁବନେଶ୍ୱର: ରାଜଧାନୀରେ ବ୍ରାଉନସୁଗର କାରବାର ବେଳେ ମାଡିବସିଲା ଏସଟିଏଫ୍ । ଏୟାରଫିଲଡ଼ ଥାନା ଅନ୍ତର୍ଗତ ଲବଣଗିରି ଓ ପାଞ୍ଚଗାଁ ରୋଡ଼ରେ ଚଢ଼ାଉ କରି ବମିଖାଲର ଜ୍ୟୋତିକୃଷ୍ଣ ସାମନ୍ତରାୟଙ୍କୁ ଗିରଫ କରିଛି ଏସଟିଏଫ୍ । ତାଙ୍କ ଠାରୁ ଜବତ ହୋଇଛି ୨୬୩ ଗ୍ରାମ ବ୍ରାଉନସୁଗର । ଜବତ ଧଳାଜହରର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ । ଗରାଖ ବେଶରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ଏସଟିଏଫ୍ । ଗିରଫ ଜ୍ୟୋତିକୃଷ୍ଣ କେଉଁଠାରୁ ଏହି ବ୍ରାଉନସୁଗର ଆଣୁଥିଲେ ଏବଂ କେଉଁ ଠାକୁ ସପ୍ଲାଏ କରୁଥିଲେ, ତାକୁ ନେଇ ଚାଲିଛି ତନାଘନା । ଏନଡିପିଏସ୍ ଆକ୍ଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking