30.1 C
Bhubaneswar
Friday, September 20, 2024
Homeଦେଶ ବିଦେଶମଧ୍ୟପ୍ରଦେଶ ସରକାରଙ୍କ ବଡ଼ ଘୋଷଣା; ଗରିବ ପିଲାଙ୍କ ଡାକ୍ତର-ଇଞ୍ଜିନିୟର ପଢ଼ାଖର୍ଚ୍ଚ ବହନ କରିବେ ସରକାର

ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ଘୋଷଣା; ଗରିବ ପିଲାଙ୍କ ଡାକ୍ତର-ଇଞ୍ଜିନିୟର ପଢ଼ାଖର୍ଚ୍ଚ ବହନ କରିବେ ସରକାର

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ଦିନ ଖଣ୍ଡୱା ଆଦିବାସୀ ଛାତ୍ର ପ୍ରୋତ୍ସାହନ ଏବଂ ସମ୍ମାନ କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବକ ଗରିବ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ମଧ୍ୟପ୍ରଦେଶ ସରକାର ରାଜ୍ୟର ଗରିବ ଆଦିବାସୀ ପିଲାମାନଙ୍କ ଡାକ୍ତର ଏବଂ ଇଞ୍ଜିନିୟର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ ।

ମଧ୍ୟପ୍ରଦେଶର ଆଦିବାସୀ ସମାଜ ଏବଂ ଗରିବ ଲୋକମାନେ ସମସ୍ତ ପ୍ରକାର ସରକାରୀ ଯୋଜନାର ଲାଭ ପାଉଛନ୍ତି । ରାଜ୍ୟର କୌଣସି ଗରିବ ପିଲା ଯଦି ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ଚାହାଁନ୍ତି, ତେବେ ରାଜ୍ୟ ସରକାର ତାଙ୍କ ସ୍ୱପ୍ନକୁ ପୂରଣ କରିବେ । ସେହି ପିଲାଟିକୁ କେବଳ ନିଜକୁ ପ୍ରସ୍ତୁତ କରିବାକୁ ପଡିବ । ମଧ୍ୟପ୍ରଦେଶ ସରକାର ତାର ଶିକ୍ଷାର ସମସ୍ତ ଖର୍ଚ୍ଚ ବହନ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଲଣ୍ଡନର ଲାନ୍େସଷ୍ଟର ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ଯାଉଥିବା ଖଣ୍ଡୱାର ଗାରବେଡି ଗାଁର ଜଣେ ଆଦିବାସୀ ଯୁବକ ଆଶାରାମ ପାଲଭିଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରକାଶ, ମଧ୍ୟପ୍ରଦେଶ ସରକାର ତାଙ୍କର ଅଧ୍ୟୟନର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking