21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶମଧ୍ୟପ୍ରଦେଶ ଆପ୍ ଅଫିସ୍‌ରେ ପଡ଼ିଲା ତାଲା; ୪ ମାସ ହେବ ଭଡ଼ା ଦେଇନି ଦଳ

ମଧ୍ୟପ୍ରଦେଶ ଆପ୍ ଅଫିସ୍‌ରେ ପଡ଼ିଲା ତାଲା; ୪ ମାସ ହେବ ଭଡ଼ା ଦେଇନି ଦଳ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଥିବା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ମୁଖ୍ୟ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଛି। ଘରମାଲିକ ବିବେକ ଗଙ୍ଗଲାନି ଏହି ତାଲା ପକାଇଥିବା ବେଳେ ଆପ୍ ବିରୋଧରେ ସଂଗୀନ୍ ଅଭିଯୋଗ ମଧ୍ୟ ଆଣିଛନ୍ତି। ଗଙ୍ଗଲାନିଙ୍କ କହିବାନୁସାରେ ଭୋପାଳର ସୁଭାଷ ନଗରରେ ଅବସ୍ଥିତ ତାଙ୍କର ଏହି ଘରକୁ ଆପ୍ ପକ୍ଷରୁ କାର୍ଯ୍ୟାଳୟ କରିବା ପାଇଁ ଭଡାସୂତ୍ରରେ ନିଆଯାଇଥିଲା। କିନ୍ତୁ ଦଳ ପକ୍ଷରୁ ଗତ ୪ ମାସ ଧରି ତାଙ୍କୁ ଘରଭଡା ଅର୍ଥ ଦିଆଯାଇନାହିଁ କିମ୍ବା ବିଜୁଳି ବିଲ୍ ମଧ୍ୟ ପୈଠ କରାଯାଇନାହିଁ। କେବଳ ସେତିକି ନୁହେଁ ଆପ୍‌ର କିଛି ନେତାମାନେ କାର୍ଯ୍ୟାଳୟ ଆସିବା ଆଳରେ ଚଳାଇଥିବା କାର୍ଯ୍ୟକଳାପ ଉପରେ ମଧ୍ୟ ତାଙ୍କର ଆପତ୍ତି ରହିଛି। ଦଳୀୟ କାର୍ଯ୍ୟାଳୟରେ ପ୍ୟାକେଟ୍ ପ୍ୟାକେଟ୍ ମଦ ବୋତଲ ସହ ଅନ୍ୟାନ୍ୟ ନିଶାସାମଗ୍ରୀ ଆଦି ସେ ଦେଖିବାକୁ ପାଇଛନ୍ତି। ଆଖପାଖର ଲୋକମାନେ ମଧ୍ୟ ବରାବର ତାଙ୍କୁ ଏନେଇ ଅଭିଯୋଗ କରିଆସୁଛନ୍ତି।

ତେବେ ଏସବୁକୁ ଦେଖି ଯେତେବେଳେ ସେ ଆପ୍ କର୍ମକର୍ତ୍ତାଙ୍କୁ ତାଙ୍କ ଘର ଖାଲି କରିବା ପାଇଁ କହିଲେ ସେତେବେଳେ ଆପ୍‌ର କିଛି ଭଡାଟିଆ ଗୁଣ୍ଡା ତାଙ୍କୁ ଧମକ ମଧ୍ୟ ଦେଇଛନ୍ତି। ଏବେ ସେ ପୁଲିସ୍ ନିକଟରେ ଅଭିଯୋଗ କରିବେ, ଆଇନର ଆଶ୍ରୟ ନେବେ। ଅନ୍ୟପକ୍ଷେ ମଧ୍ୟପ୍ରଦେଶର ସିଙ୍ଗରୌଲିର ମେୟର ରାଣୀ ଅଗ୍ରୱାଲ ଆମ୍ ଆଦମୀ ପାର୍ଟିର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି। ସେ ମେୟର ନିର୍ବାଚନରେ ଆପ୍ ଟିକେଟରେ ବିଜୟୀ ହୋଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,କିଛି ଭୁଲ ବୁଝାମଣା ଯୋଗୁ ଏହା ଘଟୁଛି। ଆସନ୍ତା ୫ ତାରିଖରେ ସେ ସେଠାରେ ଏକ ବୈଠକ କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିବେ। ପ୍ରକାଶ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟିକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ଏବେ ଏହି ପରାଜୟର ପ୍ରଭାବ ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking