14.1 C
Bhubaneswar
Sunday, December 7, 2025
Homeଓଡିଶାବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଧୁ ଜୟନ୍ତୀ ପାଳିତ

ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଧୁ ଜୟନ୍ତୀ ପାଳିତ

ଯାଜପୁର: ସୋମବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ହୋଇଥିବା ଉତ୍ସବ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏଥିରେ ବିଭିନ୍ନ ବିଭାଗ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉତ୍କଳ ଗୌରବଙ୍କ ର ମହିମା ବଖାଣି ଥିଲେ। ପ୍ରଥମେ ପ୍ରଭାତରେ ମହାବିଦ୍ୟାଳୟ ର ପରିସରରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ମଲ୍ଲିକ ଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯାଇଥିଲା। ଓଡିଆ ଭାଷା ସାହିତ୍ୟ ବିଭାଗ ର ପ୍ରାଧ୍ଯାପିକା ଡଃ ଦିପ୍ତିମୟୀ ଦାଶ ମଧୁସୂଦନ ଦାସଙ୍କୁ ଆଧୁନିକ ଓଡ଼ିଶା ର ପ୍ରକୃତ ବିନ୍ଧାଣି ବୋଲି ଆଖ୍ୟାୟିତ କରିଥିଲେ। ପ୍ରାଧ୍ୟାପକ ଦିଲ୍ଲୀପ କୁମାର ମହାନ୍ତି, ପ୍ରଶାନ୍ତ କୁମାର ସାହୁ,ଅଜୟ କୁମାର ମହାକୁଡ଼, ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ , ଅଧ୍ୟାପକ ବିବେକାନନ୍ଦ ଜେନା ,ସନାତନ ଦାସ, ଜଗବନ୍ଧୁ ସାହୁ, ଶଶିକାନ୍ତ ଲେଙ୍କା, ରାଜେଶ କୁମାର ସାହୁ ,କ୍ଷିତିସ ମହାପାତ୍ର, ଡଃ ଦଶରଥ ସାହୁ, ଅଧ୍ୟାପିକା ମମତାମୟୀ ଦାଶ,କ୍ରିଷ୍ନାବିତ୍ ରାଉତ, ଡେମନ୍ ଷ୍ଟ୍ରେଟର ରତ୍ନାକର ସ୍ବାଇଁ ଓ ରବିନ୍ଦ୍ର କୁମାର ଦୋବେଇ ପ୍ରମୁଖ ନିଜ ନିଜର ଅଭିଭାଷଣ ରଖିଥିଲେ। ଶେଷରେ ଅଧ୍ୟାପିକା ଡଃ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking