27.1 C
Bhubaneswar
Monday, December 8, 2025
Homeଓଡିଶାଯାଜପୁରରେ ମା' ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ

ଯାଜପୁରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ

ଯାଜପୁର: ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଧନ ଧାନ୍ୟର ଦେବୀ ମା ଗଜଲକ୍ଷ୍ମୀଙ୍କ ପୂଜା । ବିଶେଷ କରି ଯାଜପୁର ବ୍ଲକ ଖଇରାବାଦ ଗ୍ରାମରେ ବେଶ ଧୂମଧାମରେ ପୂଜାପାଉଛନ୍ତି ମା ଗଜଲକ୍ଷ୍ମୀ । ଗତକାଲି ରାତ୍ରରେ ମା ଙ୍କ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ସ୍ଵତନ୍ତ୍ର ପୂଜାର୍ଚନା ଆରମ୍ଭ ହୋଇଛି । ଚଳିତ ବର୍ଷ ୧୦ଦିନ ଧରି ମା ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି । ଖଇରାବାଦ ଗ୍ରାମର ପାତ୍ର ସାହି ଓ ମାଳୀ ସାହି ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିବା ପାଇଁ ପ୍ରବଳ ଜନଗହଳି ଦେଖାଦେଇଛି । ଏଥିପାଇଁ ପ୍ରତ୍ୟେକ ପୂଜା ମଣ୍ଡପ ଆଲୋକ ସୁସଜୀତ ହୋଇଥିବାବେଳେ ମା’ଙ୍କ ମୃମୟୀମୃତୀ ଗୁଡ଼ିକ ବେଶ ଆକର୍ଷଣୀୟ ହୋଇଛି । ଏହି ପୂଜା ଅବସରରେ ରଙ୍ଗାରଙ୍ଗ ସଂସ୍କୃତି କାର୍ଯ୍ୟକ୍ରମ ସହିତ ବିଭିନ୍ନ ମିନାବଜାର ଓ ଚଟପଟା ଖାଦ୍ୟର ମଜା ଉଠାଉଛନ୍ତି ଦର୍ଶକ । ଏହି ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜାମଣ୍ଡ ମଣ୍ଡପରେ ଡ୍ରାମା ଓ ମେଲୋଡ଼ିର ଆୟୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking