28.1 C
Bhubaneswar
Monday, March 31, 2025
Homeଓଡିଶାପୁରୁଣା ପଦ୍ଧତିରେ ଚାଲିଛି ମଧ୍ୟାହ୍ନଭୋଜନ ୱେବସାଇଟ୍‍

ପୁରୁଣା ପଦ୍ଧତିରେ ଚାଲିଛି ମଧ୍ୟାହ୍ନଭୋଜନ ୱେବସାଇଟ୍‍

ଭୁବନେଶ୍ୱର: ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ଆପ୍ଲିକେଶନଟି ପୁରୁଣା ପଦ୍ଧତିରେ କାର୍ଯ୍ୟକାରୀ ହେଉଛି । ଏହାକୁ ନୂତନ ପଦ୍ଧତିରେ କାର୍ଯ୍ୟାକାରୀ ପାଇଁ ଏନଆଇସିକୁ ୩୪,୩୫,୦୮୪ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ଆପ୍ଲିକେଶନର ସମ୍ପୂର୍ଣ୍ଣ ଉନ୍ନତିକରଣ ପରେ ଏନଆଇସିକୁ ଧାର୍ଯ୍ୟ ଅର୍ଥର ୬୦ପ୍ରତିଶତ ପୂରଣ କରାଯିବ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ମଧ୍ୟାହ୍ନଭୋଜନ ଡାଟା ସେଣ୍ଟର ଏନଆଇସି ଦ୍ୱାରା ପରିଚାଳିତ ହେଉଛି ଏବଂ ଏହାର ଡାଟା ସର୍ଭର ଓକାକ୍‍ ରେ ରହିଛି । ପ୍ରାରମ୍ଭରେ ଏନ୍‍ଆଇସିକୁ ୱେବସାଇଟ୍‍ ତିଆରି ଏବଂ ସେବା ପ୍ରଦାନ ପାଇଁ ୧,୪୫,୫୮୨ ଟଙ୍କା ୨୦୧୨ ମସିହାରେ ପ୍ରଦାନ କରାଯାଇଥିଲା । ଏହା ପରଠାରୁ ପ୍ରତି ଛଅମାସକୁ ଥରେ ୱେବସାଇଟ୍‍ ଓ ଏସଏମଏସ୍‍ ସେବା ପାଇଁ ୨୦୧୭ ଅଗଷ୍ଟ ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରାଯାଉଥିଲା । ତେବେ କୋଭିଡ ମହାମାରୀ ସମୟରେ ୱେବସାଇଟ୍‍ଟି ସଠିକ ଭାବେ କାର୍ଯ୍ୟକାରୀ ହେଉନଥିଲା । ମହାମାରୀ ପରେ ଡାଟା ସେଣ୍ଟର ପୁନଃ ଉନ୍ନତିକରଣ ପାଇଁ ୨୦୨୩ ନଭେମ୍ବର ମାସରେ ୯,୧୧,୮୪୮ ଏବଂ ୭,୫୦,୦୦୦ ଟଙକା ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking