13.1 C
Bhubaneswar
Sunday, December 7, 2025
Homeଓଡିଶାମହଙ୍ଗା ହେଲା ଏଲପିଜି

ମହଙ୍ଗା ହେଲା ଏଲପିଜି

ନୂଆଦିଲ୍ଲୀ: ମହଙ୍ଗା ହେଲା ଏଲପିଜି। ସରକାରୀ ତୈଳ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବର୍ତ୍ତମାନ ଦିଲ୍ଲୀରେ ୧୮୦୩ ଟଙ୍କାରେ ସିଲିଣ୍ଡର ଉପଲବ୍ଧ ହେବ। ଫେବୃଆରୀ ମାସରେ ଏହାର ମୂଲ୍ୟ ୧୭୯୭ ଟଙ୍କା ଥିଲା। ଦିଲ୍ଲୀରେ ୧୪ କିଲୋଗ୍ରାମ୍ ଘରୋଇ ଏଲପିଜି ସିଲିଣ୍ଡର ଏବେ ବି ୮୦୩ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ୮୨୯ , ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଥରେ ୮୧୮.୫୦ ଟଙ୍କା ରହିଛି।ଅନ୍ୟପଟେ ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୧୩ ଟଙ୍କା ହୋଇଛି। କୋଲକାତାରେ ୧୯ କିଲୋଗ୍ରାମ୍ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ବର୍ତ୍ତମାନ ୧୯୧୩ ଟଙ୍କାରେ ଉପଲବ୍ଧ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking