18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି

ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳକ ୨ ଟଙ୍କା ଲେଖାଏଁ ବୃଦ୍ଧି କରିବା ପରେ ସରକାର ଏବେ ଏଲପିଜି ସିଲିଣ୍ଡର ଦର ମଧ୍ୟ ବୃଦ୍ଧି କରିଛନ୍ତି । ତେବେ ଫରକ ହେଉଛି ଯେ ତେଲଦର ବୃଦ୍ଧିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ ନାହିଁ, କିନ୍ତୁ ଏଲପିଜି ଦରବୃଦ୍ଧିର ପ୍ରଭାବର ଖାଉଟିଙ୍କ ଉପରେ ପଡ଼ିବ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସୂଚନା ଅନୁସାରେ ସବୁପ୍ରକାରର ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି । ଉଜ୍ଜଳା ଯୋଜନାରେ ଏଲପିଜି ପାଉଥିବା ଗ୍ରାହକଙ୍କ ପାଇଁ ବି ଏହି ଦର ବୃଦ୍ଧି ଲାଗୁ ହେବ । ଏଣିକି ସେମାନଙ୍କୁ ଏଲପିଜି ସିଲିଣ୍ଡର ପିଛା ୫୦୦ ବଦଳରେ ୫୫୦ ଟଙ୍କା ଦେବାକୁ ହେବ । ଅନ୍ୟପକ୍ଷରେ ସାଧାରଣ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଭୁବନେଶ୍ବର ଏବେ ୮୨୯ ଟଙ୍କା ଥିବାବେଳେ ଦରବୃଦ୍ଧି ପରେ ତାହା ୮୭୯ ଟଙ୍କା ହେବ । ତେବେ ଏହି ଦରବୃଦ୍ଧିର କାରଣ ସମ୍ପର୍କରେ ସରକାର କୌଣସି ସୂଚନା ଦେଇନାହାନ୍ତି । ଗତ ସପ୍ତାହରେ ସରକାର ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୪୧ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ । ଏହି ଦରବୃଦ୍ଧି ଦ୍ବାରା ହୋଟେଲ, ରେସ୍ତୋରାଁ ଓ ଅନ୍ୟ ଭୋଜନାଳୟମାନେ ପ୍ରଭାବିତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking