29.1 C
Bhubaneswar
Monday, February 9, 2026
Homeଓଡିଶା୨୨ରେ ଲଘୁଚାପ ସମ୍ଭାବନା: ଆଭ୍ୟନ୍ତରିଣ ଓଡିଶାରେ ପ୍ରବଳ ବର୍ଷା

୨୨ରେ ଲଘୁଚାପ ସମ୍ଭାବନା: ଆଭ୍ୟନ୍ତରିଣ ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲାଣି ବତ୍ୟା ଆଶଙ୍କା। ସମ୍ଭାବ୍ୟ ବାତ୍ୟା ଓଡିଶା ପଶ୍ଚିମବଙ୍ଗ ଓ ବାଂଲାଦେଶରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଆକଳନ ହେବ ବାତ୍ୟାର ଗତିପଥ ଏବଂ ତୀବ୍ରତା। ଆସନ୍ତା ୨୫ ଏବଂ ୨୬ ତାରିଖରେ ବାତ୍ୟା ଓଡିଶା ମୁହାଁ ହେଉଥିବା ବିଭିନ୍ନ ମଡେଲର ଆକଳନରୁ ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ଆଇଏମଡି ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆକଳନ କରିନି। ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୃର୍ଣ୍ଣିବଳୟ। ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପରବର୍ତ୍ତୀ ସମୟରେ ଏହା ଆହୁରି ଅଧିକ ଘନୀଭୂତ ହେବା ନେଇ ପାଗ ଅନୁକୂଳ ରହିଛି। ଯାହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ କୌଣସି ୱାର୍ଣ୍ଣିଙ୍ଗ ଏବେ ସୁଦ୍ଧା ଦିଆଯାଇନଥିବା ବେଳେ ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି। ସେପଟେ ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ନେଇ ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking