27.1 C
Bhubaneswar
Saturday, July 6, 2024
Homeଓଡିଶାବଙ୍ଗୋପସାଗରରୁ ମାଡି ଆସୁଛି ଲଘୁଚାପ

ବଙ୍ଗୋପସାଗରରୁ ମାଡି ଆସୁଛି ଲଘୁଚାପ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୭ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ । ତେବେ ଜୁଲାଇ ୧୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ। ଆସନ୍ତା ସପ୍ତାହରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୋଟ ବର୍ଷା ୫୦ରୁ ୬୦ମିମି ରହିବ । ଜୁଲାଇ ପ୍ରଥମମାର୍ଦ୍ଧରେ ରାଜ୍ୟରେ ବର୍ଷା ପରିମାଣ ୨୫% ନିଅଣ୍ଟିଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ଦେବଗଡ଼ରେ ୮୦ମିମିରୁ ଅଧିକ ବର୍ଷା ହୋଇପାରେ। ଜୁଲାଇ ୪ ତାରିଖରେ ମଧ୍ୟମ ପରିମାଣର ବର୍ଷା ହେବ । ୬ ତାରିଖ ଯାଏ ବିକ୍ଷିପ୍ତ ଭାବେ ସ୍ପଳ୍ପ ପରିମାଣର ବର୍ଷା ହୋଇପାରେ। ୧୦ରୁ ୧୭ ତାରିଖ ମଧ୍ୟରେ ଉତ୍ତର ଉପକୂଳରେ ମୋଟ ୫୦ରୁ ୬୦ମିମି ବର୍ଷା ହେବାର ସମ୍ଭାବନା ଅଛି । ଅନ୍ୟ ଅଞ୍ଚଳରେ ୭୦ରୁ ୮୦ମିମି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଜୁଲାଇ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ନିଅଣ୍ଟିଆ ବର୍ଷା ସତ୍ତ୍ବେ ଚାଷ କାମରେ କୌଣସି ସମସ୍ୟା ହେବନି କାରଣ ମଝିରେ ମଝିରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking