26.1 C
Bhubaneswar
Wednesday, March 25, 2026
Homeଓଡିଶାସୃଷ୍ଟି ହେଲା ଲଘୁଚାପ,୨୪ରେ ଅବପାତ

ସୃଷ୍ଟି ହେଲା ଲଘୁଚାପ,୨୪ରେ ଅବପାତ

ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ମାଲାକ୍କା ସମୁଦ୍ର ସନ୍ଧି ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ୨୪ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ୪୮ ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନିଭୂତ ହୋଇପାରେ। ତାହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହୋଇପାରେ। କିନ୍ତୁ ଏଯାଏଁ ଏହାର କୌଣସି ସ୍ପଷ୍ଟ ଆକଳନ ହୋଇନାହିଁ। ଆଗାମୀ ୫ ଦିନ ଯାଏ ବର୍ଷାର ସମ୍ଭାବନା ନଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ନଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଶନିବାର ସକାଳ ୮.୩୦ ସମୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଓଡ଼ିଶା ଉପକୂଳରୁ ବହୁ ଦୂରରେ ରହିଛି । ଏହା ୨୪ ନଭେମ୍ବର ପାଖାପାଖି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି। ତାପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି। ଏହା ଓଡ଼ିଶା ଉପକୂଳଠୁ ବହୁ ଦୂରରେ ଥିବାରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ବାତ୍ୟା ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ଯେ ଏବେ ବାତ୍ୟା କେଉଁ ଦିଗକୁ ଯିବ ଏବଂ କେଉଁଠି ପ୍ରଭାବ ପକାଇବ ସେନେଇ ସ୍ପଷ୍ଟ ଭାବେ କହିହେବ ନାହିଁ । ଲଘୁଚାପ ଘନିଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । କିନ୍ତୁ ଏହାର ପ୍ରଭାବ ସମୁଦ୍ର ମଧ୍ୟରେ ହିଁ ରହିବାର ସମ୍ଭାବନା ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking