ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆଉ ଦୁଇ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା । ଏହାର ପ୍ରଭାବରେ ଭୀଷଣ ବର୍ଷା ଆଶଙ୍କା ରହିଛି । ଯାହାକୁ ନେଇ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରିଛି । ଜୁନ ୧ ଯାଏଁ ସାରା ରାଜ୍ୟରେ ବଜ୍ରପାତ ଓ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ବର୍ଷା ପୂର୍ବରୁ ପ୍ରତିଷେଧକ ପଦକ୍ଷେପ ନେବାକୁ ଚିଠି ଲେଖି ଜଣାଇଛନ୍ତି ଏସ୍ଆର୍ସି।