36.1 C
Bhubaneswar
Friday, March 27, 2026
Homeଓଡିଶାବାହୁଡ଼ାରେ ସୃଷ୍ଟି ହୋଇପାରେ ଲଘୁଚାପ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ବାହୁଡ଼ାରେ ସୃଷ୍ଟି ହୋଇପାରେ ଲଘୁଚାପ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, : ଉତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଜୁଲାଇ ୧୫ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶୁକ୍ରବାର ସୋଆର ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ଜୁଲାଇ ୧୪ରେ ସେହି ଅଂଚଳରେ ଏକ ଅପର୍ ଏୟାର ସାଇକ୍ଲୋନିକ୍ ସର୍କୁଲେସନ୍ ର ସୃଷ୍ଟି ହେବା ଫଳରେ ଏହି ଲଘୁଚାପ ରୂପ ନେଇପାରେ ।
ଏହାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଜୁଲାଇ ୧୪ରୁ ୧୭ ମଧ୍ୟରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।
ଉତର ପ୍ରଦେଶରୁ ଦକ୍ଷିଣ ଓଡ଼ିଶା ଉପକୂଳ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିବା ଦୂର୍ବଳ ଅପର୍ ଏୟାର ଟ୍ରଫ୍ ଲାଇନ୍ ଯୋଗୁଁ ଉତର ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ଜୁଲାଇ ୧୨ ଏବଂ ୧୩ ମଧ୍ୟରେ କେତେକ ସ୍ଥାନରେ ମଧ୍ୟମ ଧରଣର ଏବଂ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଉତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜୁଲାଇ ୧୮ କିମ୍ବା ୧୯ ତାରିଖ ବେଳକୁ ଅବପାତର ରୂପ ନେବା ସହ ଜୁଲାଇ ୨୦ ତାରିଖ ସନ୍ଧ୍ୟାରେ ଉତର ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏହା ଫଳରେ ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ଉତର, ପଶ୍ଚିମ ଏବଂ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking