29.1 C
Bhubaneswar
Monday, March 30, 2026
Homeଅପରାଧଡ୍ରାଇଭରର ଛୁରାମାଡ଼ରେ ପ୍ରେମୀଯୁଗଳଙ୍କ ମୃତ୍ୟୁ

ଡ୍ରାଇଭରର ଛୁରାମାଡ଼ରେ ପ୍ରେମୀଯୁଗଳଙ୍କ ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡାରେ ଡବଲ ମର୍ଡର। ତ୍ରିକୋଣୀୟ ପ୍ରେମରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।ଡ୍ରାଇଭରର ଛୁରାମାଡ଼ରେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣ। ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା (୨୬) ଏବଂ ଯୁବତୀ କୁତ୍ରା ଥାନା ତୁନମୁରା ପଞ୍ଚାୟତର କାଶୀପଡା ଗ୍ରାମର ଲିପ୍ସା କେର୍କେଟା (୨୪)। ଗତକାଲି ରାତ୍ରିରେ ଏହି ଘଟଣା ଘଟିଛି। ଉଭୟେ ପ୍ରେମିକ-ପ୍ରେମିକା ବୋଲି କୁହାଯାଉଛି। ଘଟଣା ପରେ ହତ୍ୟାକାଣ୍ଡ ଭିଆଇ ଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। କୁତ୍ରା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଡ୍ରାଇଭର ଜଣକ ରାଜଗାଙ୍ଗପୁର ଜଅରୁମାଲ ଅଞ୍ଚଳର ରାଜୁ ନାଗ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking