16.1 C
Bhubaneswar
Wednesday, January 14, 2026
Homeଓଡିଶାଘରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରେଶ୍ୱର: ଆଜି ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ବନ୍ଦ ଘରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବକୁ ଜବତ କରିଛି ପୁଲିସ । ସୂଚନା ଅନୁସାରେ, ସାଲେପୁର ଥାନା ବାଲିସାହି ଗ୍ରାମପଞ୍ଚାୟତ ମାଛୁଆତି ଗ୍ରାମର ଚିନ୍ମୟୀ ଭୋଇ(୨୫) ସ୍ଥାନୀୟ ରାଇସୁଙ୍ଗୁଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀ ରୂପେ କାର୍ଯ୍ୟ କରିଆସୁଥିଲେ। ଚିନ୍ମୟୀଙ୍କର ସାଲେପୁର ଥାନା ରାମକୃଷ୍ଣପୁର ଗ୍ରାମପଞ୍ଚାୟତ ବାଲିସିମଳା ଗ୍ରାମର ଦେବେନ୍ଦ୍ର ମୁଣ୍ଡା(୨୫)ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଏହି ଦୁଇଜଣ ବିବାହ କରିନପାରି ମାହାଙ୍ଗା ଥାନା ପଲ୍ଲିସାହି ଗ୍ରାମପଞ୍ଚାୟତ ଖନ୍ଦୋଳ ଗ୍ରାମର କ୍ଷୀରୋଦ ଲେଙ୍କାଙ୍କ ଘରକୁ ୪ ଦିନ ତଳେ ଭଡାରେ ରହିଆସୁଥିଲେ।

ତେବେ ଆଜି ଏହି ଭଡା ଘର ବନ୍ଦ କୋଠରୀରୁ ଦୁର୍ଗନ୍ଧ ଆସିଥିଲା। କବାଟ ଖୋଲା ନଥିବା କାରଣରୁ ଲୋକେ ସନ୍ଦେହ ପ୍ରକଟ କରିଥିଲେ। ଘର ମାଲିକ କ୍ଷୀରୋଦ ଲେଙ୍କାଙ୍କ ଝିଅ ଜୁଲି କବାଟ ବାଡେଇ ଡାକି ଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ଏ ସମ୍ପର୍କରେ ଜୁଲି ଫୋନ ଯୋଗେ ଭୁବନେଶ୍ୱର ଯାଇଥିବା ବାପା ଓ ଦାଦା ସୁରେନ୍ଦ୍ରଙ୍କୁ ଜଣାଇଥିଲେ। ଖବର ପାଇ କ୍ଷୀରୋଦ ଭୁବନେଶ୍ୱରରୁ ଫେରି ଆସି ଏଠାରେ ପହଞ୍ଚିବା ସହ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମାହାଙ୍ଗା ଥାନା ପୁଲିସ ଓ ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତି ଓ ନିର୍ଦ୍ଦେଶରେ ବନ୍ଦ ଥିବା କବାଟ ଓ ଝରକାକୁ ତାଡି ଘରେ ପୁଲିସ କର୍ମଚାରୀ ମାନେ ପଶିଥିଲେ।

ତେବେ ଘରର ପଙ୍ଖାରେ ଦୁଇଜଣ ଶାଢୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ପୁଲିସ ଏହି ଦୁଇଜଣଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇଥିଲା। ଏ ସମ୍ପର୍କରେ ମାହାଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ କେଉଁ ଉଦ୍ଦେଶ୍ୟରେ ଏହି ଦୁଇ ପ୍ରେମୀ ଯୁଗଳ ଆତ୍ମ ହତ୍ୟା ନିଷ୍ପତି ଗ୍ରହଣ କଲେ ତାହା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ତେବେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଲୁକାୟିତ ରହସ୍ୟର ପର୍ଦ୍ଦାଫାର୍ସ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking