19.1 C
Bhubaneswar
Sunday, December 21, 2025
Homeଓଡିଶାପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୁଆଁପାଳ: ଦୁଇ ଦିନ ଧରି ଘର ବନ୍ଦ ରହିଥିଲା। ସନ୍ଦେହରେ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ତହସିଲଦାରଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗି ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରିଥିଲା। ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ ଗ୍ରାମର କ୍ଷୀରୋଦ ଲେଙ୍କାଙ୍କ ଘରେ ଗତ ୪ଦିନ ହେବ ସାଲେପୁର ମାଛୁଆତି ବାଲିସାହିର ଦୁର୍ଲ୍ଲଭ ଭୋଇଙ୍କ ଝିଅ ଚିନ୍ମୟୀ ଭୋଇ ଭଡ଼ାରେ ରହୁଥିଲେ। ଚିନ୍ମୟୀ ରାଇସୁଙ୍ଗୁଡ଼ା ମେଡିକାଲ୍‌ରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ସବୁଦିନ ସେ ମେଡିକାଲରେ ଡ୍ୟୁଟି କରିବାକୁ ସକାଳୁ ଯାଇ ସନ୍ଧ୍ୟାରେ ଫେରନ୍ତି। ଗତ ଦୁଇଦିନ ଧରି ସେ ଘରୁ ବାହାରିନଥିଲେ।

୬ରୁ ୭ତାରିଖ ଦିନ ଅପରାହ୍ଣ ପର୍ଯ୍ୟନ୍ତ ଭଡ଼ାଘରର କବାଟ ବନ୍ଦ ଥିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରି ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ôଚ କବାଟ ଖୋଲିବାରୁ ଚିନ୍ମୟୀଙ୍କ ସହିତ ସାଲେପୁର ଅଞ୍ଚଳ ସୌରୀ ଗ୍ରାମର ଦେବେନ୍ଦ୍ର ମୁଣ୍ଡାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ତେବେ ପ୍ରେମ ସମ୍ପର୍କକୁ ନେଇ ଏଭଳି କରୁଣ ପରିସ୍ଥିତି ହୋଇଥିବା ଚିନ୍ମୟୀଙ୍କ ଅଜା କହିଥିଲା ବେଳେ ମାଆ ଅନ୍ନପୂର୍ଣ୍ଣା ଭୋଇଙ୍କ କହିବା ଅନୁଯାୟୀ ଚିନ୍ମୟୀଙ୍କ ବାପାଙ୍କ ମୃତ୍ୟୁ ପରେ ସେ ମାମୁ ଘରେ ରହି ପାଠ ପଢ଼ୁଥିଲା। ମାମୁ ଘର ଗାଁର ଦେବେନ୍ଦ୍ରଙ୍କ ସହିତ ପ୍ରେମ ସମ୍ପର୍କ ଥାଇପାରେ ବୋଲି ସେ ଅନୁମାନ କରୁଛନ୍ତି। ଘଟଣାର ଅଧିକ ତଦନ୍ତ ପରେ ଏମାନେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିବ ବୋଲି ମାହାଙ୍ଗା ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ କହିଛନ୍ତି। ମାହାଙ୍ଗା ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା ବେଳେ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking