19.1 C
Bhubaneswar
Wednesday, December 10, 2025
Homeଓଡିଶାଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାଲେପୁର : କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ ଓଢ଼ଣୀ ବନ୍ଧାଥିବା ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ମୃତ ଯୁବକ ଜଣକ ସ୍ଥାନୀୟ ଅଲ୍ଲିପୁର ଗ୍ରାମର ପବିତ୍ର ସାମଲଙ୍କ ପୁଅ ମନୋଜ ସାମଲ ବୋଲି ଜଣାପଡ଼ିଥିବା ବେଳେ ଯୁବତୀ ଜଣଙ୍କର ଅଦ୍ୟାବଧି କୌଣସି ପରିଚୟ ମିଳିନାହିଁ। ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ମୃତ ଯୁବକ ଜଣକ ବିବାହିତ ଓ ତାଙ୍କର ଏକ ତିନି ବର୍ଷର ପିଲାଥିବା ଜଣାଯାଇଛି। ଉଭୟ ଯୁବତୀ/ଯୁବକ ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଗ୍ରାମରେ ଆଲୋଚନା ହେଉଛି। ଏହି ଘଟଣା ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking