32.1 C
Bhubaneswar
Monday, July 1, 2024
Homeଅପରାଧଟଙ୍କା ପାଇଁ ମହିଳାଙ୍କ ଜୀବନ ନେଲା ପ୍ରେମିକ !

ଟଙ୍କା ପାଇଁ ମହିଳାଙ୍କ ଜୀବନ ନେଲା ପ୍ରେମିକ !

ଢେଙ୍କାନାଳ: ପରକୀୟ ପ୍ରୀତି, ପରେ ଟଙ୍କାନେଣ ଦେଣ ଆଉ ଏବେ ହତ୍ୟା ! ତେବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳରୁ। ଟଙ୍କା ନେଣଦେଣକୁ ନେଇ ପ୍ରେମିକ ଜଣଙ୍କ ଜଣେ ବିବାହିତ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ଢେଙ୍କାନାଳ କାମାକ୍ଷାନଗର ଥାନା ଡ଼ୁବୁରୀ-ବୁଢାପଙ୍କ ରେଳଲାଇନର ଇନ୍ଦିପୁର ନିକଟରେ ଏକ ଗଛର ଝୁଲନ୍ତା ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଠାବ କରାଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ବାପଘର ଲୋକ ।

ସୂଚନା ଅନୁସାରେ, ପ୍ରାୟ ୧୦ ବର୍ଷ ପୂର୍ବେ ଶାନ୍ତିଲତା ନାଏକ ନାମକ ମୃତ ମହିଳା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳୁତମା ଗ୍ରାମ ବଡ଼ବିଲା ସାହିର ଗୋବିନ୍ଦ ପାତ୍ରଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ଏପଟେ ପ୍ରାୟ ୩ ବର୍ଷ ହେବ ଶାନ୍ତିଲତା ଇନ୍ଦିପୁର ଗାଁର ମିଥୁନ ନାଏକଙ୍କୁ ପ୍ରେମ କରି ଆସୁଥିଲେ । ଯାହା ଫଳରେ ଶାନ୍ତିଲତା ଅନେକ ସମୟରେ ମିଥୁନଙ୍କୁ ଲୁଚାଛପାରେ ଟଙ୍କା ଦେଉଥିଲେ । କିଛିଦିନ ତଳେ ସେ ମିଥୁନକୁ ୫୦ ହଜାର ଟଙ୍କା ଦେଇଥିଲେ । ତେବେ ମିଥୁନକୁ ଦେଇଥିବା ଟଙ୍କା ଆଣିବା ପାଇଁ ଗତକାଲି ମିଥୁନ ପାଖକୁ ଇନ୍ଦିପୁର ଆସିଥିଲେ ଶାନ୍ତିଲତା । କିନ୍ତୁ ସେଠାରେ ଟଙ୍କା ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking