25.1 C
Bhubaneswar
Thursday, February 12, 2026
Homeଓଡିଶାକଲେଜ ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ: ଅଧ୍ୟକ୍ଷଙ୍କୁ ବାନ୍ଧିଲା ପୋଲିସ

କଲେଜ ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ: ଅଧ୍ୟକ୍ଷଙ୍କୁ ବାନ୍ଧିଲା ପୋଲିସ

ଖୋର୍ଦ୍ଧା: ମହଙ୍ଗା ପଡ଼ିଲା ରସିକିଆ ଅଧ୍ୟକ୍ଷଙ୍କ ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ । ଖୋର୍ଦ୍ଧା ବୋଲଗଡ଼ ପି ଏନ କଲେଜ ଅଧ୍ୟକ୍ଷଙ୍କୁ ବାନ୍ଧିଲା ପୋଲିସ । ଅଧ୍ୟାପିକାଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ବୋଲଗଡ଼ ପୋଲିସ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ ଦଫା।  କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଅଧ୍ୟାପିକାଙ୍କ ଫୋନକୁ ଅଧ୍ୟକ୍ଷ ଭଏସ ମେସେଜ ଜରିଆରେ ପ୍ରେମ ନିବେଦନ କରିବା ସହିତ ଅଶ୍ଳୀଳ ବାର୍ତ୍ତା ଦେଇଥିଲେ । ଏଥିରେ ଅଧ୍ୟାପିକା ଜଣକ ମାନସିକ ଆଘାତ ପାଇ ବାପାଙ୍କୁ ଜଣାଇଥିଲେ । ଏହାପରେ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଏତଲା ଦେଇଥିଲେ । ଗତକାଲି ରାତିରେ ଅଧ୍ୟକ୍ଷଙ୍କୁ ଲୁଚିଥିବା ସ୍ଥାନରୁ ଉଠାଇ ଅଟକ ରଖିଥିଲା । ଆଜି ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking