30.1 C
Bhubaneswar
Sunday, February 8, 2026
Homeଓଡିଶାପ୍ରେମରେ ଠକିଲା ପରେ ଥାନା ଆଗରେ ଫିନାଇଲ୍‌ ପିଇଦେଲେ ମହିଳା

ପ୍ରେମରେ ଠକିଲା ପରେ ଥାନା ଆଗରେ ଫିନାଇଲ୍‌ ପିଇଦେଲେ ମହିଳା

ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଂଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହରେ ଠକିଗଲା ପରେ ମହିଳା ଜଣଙ୍କ ଅନୋନପାୟ ହୋଇ ଫିନାଇଲ ପିଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବନ୍ତର ଜଣେ ଯୁବକ ଗୁଜୁରାଟରେ ରହି କାମ କରୁଥିବା ବେଳେ ସେଠାରେ ଜଣେ ଝିଅକୁ ଭଲପାଇ ଥିଲେ ଓ ପରବର୍ତ୍ତୀ ସମୟରେ ତାଙ୍କୁ ପ୍ରେମ ବିବାହ କରିଥିଲେ। ଯୁବକ ଜଣଙ୍କ ସେଠାରେ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରି ରହୁଥିଲେ କିନ୍ତୁ କିଛିଦିନ ହେବ ସେ ଗୁଜୁରାଟରେ ବିବାହିତ ଯୁବତୀଙ୍କୁ ଛାଡି ଲୁଚି ପଳାଇ ଆସିଥିବା କୁହାଯାଇଛି। ସମ୍ପୃକ୍ତ ଯୁବକ ମଧ୍ୟ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଓ ଗହଣା ଆଦି ନେଇ ପଳାଇ ଆସିଥିବା ଅଭିଯୋଗ ହୋଇଛି। ପରେ ଯୁବତୀ ଜଣକ ନିଜ ସ୍ୱାମୀଙ୍କ ସନ୍ଧାନରେ ଖୋଜି ଖୋଜି ଆସି ଭଦ୍ରକ ବନ୍ତ ଥାନା ଅଂଚଳରେ ପହଂଚିଥିଲେ। ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକଙ୍କ କୌଣସି ଖୋଜ ଖବର ନ ପାଇ ଆଜି ସେ ବନ୍ତ ଥାନାକୁ ଯାଇଥିଲେ ଓ ସେଠାରେ ଥାନା ସାମ୍ନାରେ ଫିନାଇଲ ପିଇ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking