ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ୧୫ ନଂ ୱାର୍ଡ ଚୋରଦା ପଦ୍ମପୁର ଠାରେ ଥିବା ଭଗବାନ ସୂର୍ଯ୍ୟ ନାରାୟଣ ମନ୍ଦିରର ୧0ମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ବ୍ୟାସନଗର ସୂର୍ଯ୍ୟ ମନ୍ଦିର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ବାର୍ଷିକ ଉତ୍ସବ ସହ ବିଶ୍ୱ ଶାନ୍ତି ମହାଯଜ୍ଞ ଓ ସାନ୍ଧ୍ୟରେ ସୁନ୍ଦରକାଣ୍ଡ ପାଠ କରାଯାଇଛି । ଏହି ଉତ୍ସବରେ ବ୍ୟାସନଗର ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ଜିଲାର ବିଭିନ୍ନ ସ୍ଥାନରୁ ବିହାରୀ ସମ୍ପ୍ରଦାୟର ଲୋକମାନେ ଯୋଗଦେଇଥିଲେ । ପ୍ରାତଃ ସମୟରୁ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜା, ଗୋପୂଜା, ଗୁରୁପୂଜା, ଯଜ୍ଞ ମନ୍ତ୍ର ଧ୍ୱନି, ନାମ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ଜିଲା ଟାକ୍ସ ବାର ସଭାପତି ଆଇନଜୀବୀ ବିବେକାନନ୍ଦ ମହାନ୍ତି, ଖବରଦାତା ଅଭିମନ୍ୟୁ ମିଶ୍ର, ପ୍ରଦ୍ୟୁମ୍ନ ବୋଇତାଇ, ପବିତ୍ର ମହାନ୍ତି,ପ୍ରଶାନ୍ତ ପାତ୍ର, ସୁଦିପ ମିଶ୍ର ସହ ଅଞ୍ଚଳର ବୋହୁ ବିଶିଷ୍ଟ ଲୋକ ଯୋଗଦେଇଥିଲେ । ମନ୍ଦିରର ପୂଜକ ସନ୍ତୋଷ କୁମାର ଚୌବେ ପୂଜା ଓ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ଉପଦେଷ୍ଟା ଗଣେଶ ଶର୍ମା, ଗିରିଦେଶ ପ୍ରସାଦ ସାହା, ସୁରେନ୍ଦ୍ର ଶର୍ମା, ମନୋଜ ଗୁପ୍ତା, ସଭାପତି ସୁନୀଲ କୁମାର ଗୁପ୍ତା, ସମ୍ପାଦକ ରାଜୀବ ସିଂ, କୋଷାଧକ୍ଷ ଆଲୋକ ଗୁପ୍ତା, ରାମେଶ୍ୱର ଶର୍ମା, ବିଷ୍ଣୁଦେବ ଶର୍ମା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।










