35.1 C
Bhubaneswar
Thursday, March 5, 2026
Homeଓଡିଶାବାରିପଦାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

ବାରିପଦାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

ମୟୁରଭଞ୍ଜ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପୁର୍ଣ୍ଣୀମା ତିଥିରେ ଶ୍ରୀକ୍ଷେତ୍ର ସହ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ । ଅନ୍ୟପଟେ କହିବାକୁ ଗଲେ ଏହି ଦିନକୁ ମହାପ୍ରଭୁ କାଳିଆ ସାନ୍ତଙ୍କ ଜନ୍ମ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଇଥାଏ । ଦ୍ୱିତୀୟ ଶ୍ରୀକ୍ଷେତ୍ର ରେ ବାରିପଦାରେ ମଧ୍ୟ ଖୁବ୍ ଧୁମଧାମ୍ ଓ ଆଡ଼ମ୍ବରର ସହ ପାଳନ ହେଉଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଭକ୍ତ ତ ଭକ୍ତ, ସ୍ବର୍ଗରୁ ଦେବତାମାନେ ମଧ୍ୟ ଏହି ଚତୁର୍ଦ୍ଧା ମୃର୍ତ୍ତିଙ୍କ ଦିବ୍ୟସ୍ନାନ ଦର୍ଶନ କରିବା ପାଇଁ ବ୍ୟାକୁଳିତ ଥାନ୍ତିବୋଲି କୁହାଯାଏ।

ଏହି ଅପୂର୍ବ ଦୃଶ୍ୟ ହେଉଛି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ବିଜେଙ୍କ ସ୍ନାନ ମଣ୍ଡପର ଦୃଶ୍ୟ। ଆଜି ମହାପ୍ରଭୁଙ୍କ ଅଲୌକିକ ସ୍ନାନଯାତ୍ରା ମହାସମାରୋହରେ ପାଳିତ ହେଉଛି । ଚଳିତବର୍ଷ ଏହି ଅପୂର୍ବ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସକାଳ ୪ଟା ୩୦ମିନିଟରେ ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପ ତଥା ଜନ୍ମବେଦୀକୁ ଅଣାଯାଇଥିଲା । ପ୍ରତି ଦିଅଁଙ୍କୁ ପ୍ରଥମେ ପଇଡ ଜଳ,ଗଙ୍ଗା ଜଳ ସହ ୧୦୮ ଗରା ଲେଖାଏଁ ସୁବାସିତ ଜଳରେ ସ୍ନାନ କରାଯାଇଅଛି । ଏହାପରେ ଚନ୍ଦନ ଲାଗି ହେବା ପରେ ସକାଳଧୂପ ଅର୍ପଣ କରିଥିଲେ ପୂଜକ ଓ ସେବକ । ମହାପ୍ରଭୁଙ୍କର ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିବା ପାଇଁ ଦୁର ଦୁରାନ୍ତରୁ ଭକ୍ତମାନେ ଆସି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନକରି କୋଟି ପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିଥିବା ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking