28.1 C
Bhubaneswar
Wednesday, February 4, 2026
Homeଓଡିଶାଧାଡି ପହଣ୍ଡିରେ  ଆସୁଛନ୍ତି  ପ୍ରଭୁ ଶ୍ରୀଜଗନ୍ନାଥ

ଧାଡି ପହଣ୍ଡିରେ  ଆସୁଛନ୍ତି  ପ୍ରଭୁ ଶ୍ରୀଜଗନ୍ନାଥ

ପୁରୀ: ଧାଡି ପହଣ୍ଡିରେ  ଆସୁଛନ୍ତି  ପ୍ରଭୁ ଶ୍ରୀଜଗନ୍ନାଥ । ଝୁଲିଝୁଲି ଆସୁଛନ୍ତି କଳାସାଆନ୍ତ । ନନ୍ଦିଘୋଷ ରଥରେ ବିଜେ ହେବେ ଠାକୁର । ଘଣ୍ଟ ଘଣ୍ଟା ହୁଳହୁଳିରେ ଦୁଲୁକୁଛି ଶରଧାବାଲି । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ତାପରେ  ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି  ହୋଇଥିଲା ।  ପରେ ଗଜପତି ମହାରାଜା ଛେରା ପହଁରା ନୀତି ସମ୍ପାଦନ କରିବେ। ଛେରା ପହଁରା ନୀତି ପରେ ତିନି ରଥରୁ ଚାର ଖୋଲାଯାଇ ଘୋଡା ବନ୍ଧା ଯିବା ସହ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଆଜି ସକାଳୁ ବାହୁଡା଼ ଯାତ୍ରା ପାଇଁ ଶରଧାବାଲିରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking