14.1 C
Bhubaneswar
Monday, December 8, 2025
Homeଓଡିଶାମାରଣାସ୍ତ୍ର ଦେଖାଇ ଲୁଟୁଥିଲେ ଟଙ୍କା: ୬ଲୁଟେରା ଗିରଫ

ମାରଣାସ୍ତ୍ର ଦେଖାଇ ଲୁଟୁଥିଲେ ଟଙ୍କା: ୬ଲୁଟେରା ଗିରଫ

ଯାଜପୁର: ଜାତୀୟ ରାଜପଥରେ ସୁନା ଟଙ୍କା ମରଣାଅସ୍ତ୍ର ଦେଖାଇ ଲୁଟିଵା ଲୁଟେରା ମାନଙ୍କ ନିଶାନା ଥିଲା l ଲକ୍ଷ ଲକ୍ଷ ଟଙ୍କା ଲୁଟୁ ଥିଲେ l ଚୋର ଘର ଅନ୍ଧାର ନ ଥାଏ ଦିନେ ଆଲୋକ ଆସେ ଏହି ଲୁଟେରା ମାନେ ଏବେ ପୋଲିସ ହାତ ରେ ଧରା ପଡିଛନ୍ତିl ଯାଜପୁର ଜିଲ୍ଲାର ଧର୍ମଶାଳା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୩ ହାଇୱେ ୱେ ଲୁଟେରା ଓ ୩ ଜଣ ସହଯୋଗୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୪୬ ଗ୍ରlମ ସୁନା, ଏକ ନମ୍ବର ବି ବିହୀନ କଳାପଲସର ବାଇକ, ଗୋଟିଏ ଭୁଜ ଭୁଜଲି, ନଗଦ ୭୫୦୦ ଟଙ୍କା ଓ ଦୁଇଗୋଟି ମୋବାଇଲ ଫୋନ ଜବତ କରିଛି । ଗିରଫ ମୁଖ୍ୟ ଅଭିଯୁକ୍ତମାନେ ଭଣ୍ଡାରୀ ପୋଖରୀ ଥାନା କୋଳିପଦି ଗ୍ରାମର ଗୋପୀ ଦାସ ଆଲିୟାସ ଲକି (୨୪), ଧାମନଗର ଥାନା ନୁଆପଡା ଗ୍ରାମର ବଳରାମ ଦାସ ଅଲିୟାସ ବଳିଆ (୨୨) ,ଧାମନଗର ଥାନା ନୁଆପଡା ଗ୍ରାମର ଜଗନ ଦାସ ଅଲିୟାସ ଜଗନ( ୨୨) ଏବଂ ଏମାନଙ୍କୁ ସହଯୋଗ କରୁଥିବା ଅଭିଯୁକ୍ତମନେ ଧାମନଗର ଥାନା ସୋଡା ଗ୍ରାମର ଅନନ୍ଦ କୁଣ୍ଡୁ(୩୨), ଧାମନଗର ଥାନା ସୋଡା ଗ୍ରାମର ଗୌତମ କୁଣ୍ଡୁ ୫୬) ଓ କେନ୍ଦ୍ରାପଡା ଥାନା ଠାକୁରପାଟଣା ଗ୍ରାମର ଅନନ୍ତ ବେହେରା (୩୮) ବୋଲି ଜଣାପଡିଛି । ଧର୍ମଶାଳା ଥାନାରେ ନାରେ ଏମାନଙ୍କ ନାମରେ ଚଳିତ ବର୍ଷ ଦଶ ଟି ବଡ଼ ଚଣା ଥାନା ରେ ପାଞ୍ଚ ଟି ଛିନତାଇର ମାମଲା ରହିଥ‌ିବା ବେଳେ ବ ପାଣିକୋଇଲି ଓ ଯାଜପୁର ନାମରେ ଏକାଧିକ ବଡଚଣା, କୁଆଖିଆ, ଥାନାରେ ଏମାନଙ୍କ ରେ ଏକାଧିକ କେସ ରହିଛି । ରାସ୍ତାରେ ବାଇକ କିମ୍ବା କାରରେ ଯାଉଥିବା ଯାତ୍ରୀମାନଙ୍କୁ ଏହି ଲୁଟେରାମାନେ ଟାର୍ଗେଟ କରିଥାନ୍ତି ।

ମାରଣାସ୍ତ୍ର ଦେଖାଇ ଭୟଭିତ କରି ଏମାନେ ଯାତ୍ରୀଙ୍କ ବେକରୁ ସୁନା ଚେନ ଓ କାନଫୁଲ ଆଦି ଛଡେଇ ନେଇଥାନ୍ତି । ତେବେ ଏକ ଅଜଣା ପଲସର ବାଇକରେ ତିନିଜଣ ଯୁବକ ୧୬ ନଂମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ପେଟ୍ରୋଲିଙ୍ଗ କରୁଥିବା ଧର୍ମଶାଳା ପୁଲିସକୁ ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ପଚରା ଉଚରା କରିଥିଲା । ହେଲେ ସେମାନେ କିଛି ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ଫଳରେ ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ସେମାନେ ରାସ୍ତାରେ ଯାତ୍ରୀମାନଙ୍କ ଠାରୁ ସୁନା ଅଳଙ୍କାର ଛିନତାଇ କରନ୍ତି ବୋଲି ମାନିଥିଲେ । ସେମାନଙ୍କ ସୂଚନା ଅନୁସାରେ ପୁଲିସ ଧାମନଗର ଥାନା ଅଂଚଳରୁ ସେମାନଙ୍କ ୨ ସହଯୋଗିଙ୍କୁ ଗିରଫ କରିବା ସହ ଚୋରା ସୁନା କିଣିଥିବା କେନ୍ଦ୍ରାପଡା ଥାନା ଅଂଚଳର ଜଣେ ସୁନା ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।ତେବେ ଏହି ଛିନତାଇ ଘଟଣାରେ ଅନେକଙ୍କ ସମ୍ପୃକ୍ତି ରହିଛି । ପରବର୍ତୀ ସମୟରେ ସେମାନଙ୍କୁ ଗିରଫ କରାଯିବ ବୋଲି ଅଳି ଧର୍ମଶାଳା ଥାନାରେଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ ଏସଡିପିଓ ଲକ୍ଷ୍ମୀଧର ସ୍ଵାଇଁ ସୂଚନା ଦେଇ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକରୀ ରଞ୍ଜନ କୁମାର ମାଝି ଓ ଏସଆଇ ରମାକାନ୍ତ ନାୟକ ଉପସ୍ଥିତ ରହିଥିଲେ । ଗିରଫ ୬ ଅଭିଯୁକ୍ତଙ୍କୁ ଅଜି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking