21.1 C
Bhubaneswar
Saturday, February 14, 2026
Homeଅପରାଧମୁମ୍ବାଇରେ ଟ୍ରେଡିଂ ନାଁରେ ଲକ୍ଷାଧିକ ଲୁଟ

ମୁମ୍ବାଇରେ ଟ୍ରେଡିଂ ନାଁରେ ଲକ୍ଷାଧିକ ଲୁଟ

ନୂଆଦିଲ୍ଲୀ : ଟ୍ରେଡିଂ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌। ଗ୍ରାହକଙ୍କୁ କମ୍‌ ସମୟରେ ଘରେ ବସି ଅଧିକ ଟଙ୍କା ରୋଜଗାରର ଲୋଭ ଦେଖାଇ ଲୁଟ୍‌ କରୁଛନ୍ତି ଅପରାଧୀ।ତେବେ ଜଣାଶୁଣା କମ୍ପାନୀରେ ବିନିଯୋଗ କରିବାକୁ ପ୍ରଲୋଭିତ କରି ଲୁଟୁଥିବା ନେଇ ଜଣାପଡିଛି। ମୁମ୍ବାଇର ମଲାଡ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ତେବେ ମଲାଡ ଅଞ୍ଚଳରେ ଏକ ଫେକ କଲ୍‌ ସେଣ୍ଟରର୍‌ ପର୍ଦ୍ଦାଫାଶ ହୋଇଛି। ଶୁକ୍ରବାର କ୍ରାଇମବାଞ୍ଚର ଏକ ଟିମ୍‌ ନକଲି କଲ୍‌ ସେଣ୍ଟର ଉପରେ ଚଢ଼ାଉ କରି ୧୪ ଜଣଙ୍କୁ ଗିରଫ କରିଛି। ଏମାନେ ଫରେକ୍ସ ଟ୍ରେଡିଂରେ ଅଧିକ ରିଟର୍ଣ୍ଣ ପ୍ରତିଶୃତି ଦେଇ ଲୋକଙ୍କୁ ଠକୁଥିଲେ।

ମାଲାଡ୍ ୱେଷ୍ଟର ଚିଞ୍ଚୋଲି ବନ୍ଦର୍ ନିକଟରୁ ଏହି କଲ୍ ସେଣ୍ଟର ପରିଚାଳିତ ହେଉଥିଲା।କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ କହିବା ମୁତାବକ, କ୍ରାଇମବ୍ରାଞ୍ଚ ୟୁନିଟ୍‌-୧୦କୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାରେ ଏହି ଫେକ୍‌ କଲ୍‌ ସେଣ୍ଟରର ପର୍ଦ୍ଦାଫାଶ ହୋଇଛି। କଲ୍ ସେଣ୍ଟର କର୍ମଚାରୀମାନେ ଅନଲାଇନ୍ ମାଧ୍ୟମରେ ନିବେଶକଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ କରୁଥିଲେ। ଏହାପରେ ୟୁକେ ସ୍ଥିତ ଭିଏଫ୍‌ଏକ୍ସ ମାର୍କେଟ୍‌ ନାମକ ଫର୍ମର କର୍ମଚାରୀ ରୂପେ ଏମାନେ ନିଜର ପରିଚୟ ଦେଇ ଇନ୍‌ଭେଷ୍ଟର୍ସଙ୍କୁ ଫୋନ୍‌ କରୁଥିଲେ। ଫରେକ୍ସ ଟ୍ରେଡିଂରେ ବିନିଯୋଗ କରିବାକୁ ପ୍ରଲୋଭିତ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ତେବେ ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୬ଟି ଡେକ୍ସଟପ୍‌, ଦୁଇଟି ଲାପଟପ୍‌, ୨ଟି ମୋବାଇଲ୍‌ ଓ କାଗଜପତ୍ର ଜବତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking