34.1 C
Bhubaneswar
Tuesday, March 24, 2026
Homeଅପରାଧବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟ୍

ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟ୍

ଅହମ୍ମଦାବାଦ: ସାଇବର ଲୁଟେରାଙ୍କ ଜାଲରେ ପଡ଼ି ଯାଇଛନ୍ତି ଆଉ ଜଣେ କୋଟିପତି। ଗୁଜରାଟ ଅହମ୍ମଦାବାଦର ଜଣେ ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟି ନେଇଛନ୍ତି ଅନ୍ଧାରୀ ଅପରାଧୀ। ନିଜକୁ ପୁଲିସର ପରିଚୟ ଦେବା ସହ ଏନସିବି ଏବଂ କ୍ରାଇମ ବ୍ରାଞ୍ଚ ତଦନ୍ତର ଧମକ ଦେଇ କୋଟିଏ ଟଙ୍କା ଲୁଟି ନେଇଛନ୍ତି। ଏନେଇ ବିଲ୍ଡର ଜଣକ ଅହମ୍ମଦାବାଦ ସାଇବର କ୍ରାଇମ ସେଲରେ ଅଭିଯୋଗ ଆଣିବା ପରେ ପୂରା ମାମଲା ସାମ୍ମାକୁ ଆସିଛି। ଲୁଟର ଶିକାର ହେବାର ପାଞ୍ଚ ମାସ ପରେ ବିଲ୍ଡର ଜଣକ ଏହି ଅଭିଯୋଗ ଆଣିଛନ୍ତି।  ଅଭିଯୋଗ ଅନୁସାରେ, ଜୁଲାଇ ୩ରେ ବିଲ୍ଡର ଜଣକ ମୁମ୍ବାଇର ଅନ୍ଧେରୀ ଫେଡେକ୍ସ କୋରିଅର କମ୍ପାନୀକୁ ପ୍ରତିନିଧିତ୍ୱ କରିବା ପାଇଁ ଏକ କଲ ପାଇଥିଲେ। କଲ୍ କରିଥିବା ବ୍ୟକ୍ତି ଜଣକ କହିଥିଲେ, ତାଙ୍କ ନାମରେ ଥିବା ଏକ ପାର୍ସଲରେ ୫୫୦ ଗ୍ରାମ୍ ଏମଡି ଡ୍ରଗ୍ସ ମିଳିଥିବାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି। ଏହା ପରେ ଏନସିବି ଅଧିକାରୀ କହି ଜଣେ ବ୍ୟକ୍ତିଙ୍କୁ କଲ୍ ଟ୍ରାନ୍ସଫର୍ କରାଯାଇଥିଲା। ସେ ବିଲ୍ଡରଙ୍କୁ ଏକ ଅନଲାଇନ୍ ଷ୍ଟେଟମେଣ୍ଟ ଦେବାକୁ କହିଥିଲେ। କେବଳ କଲ୍ ନୁହେଁ, ସ୍କାଇପ୍ ଜରିଆରେ ମଧ୍ୟ ଭିଡିଓ କଲ୍ କରାଯାଇଥିଲା। ଭିଡିଓ କଲରେ ଯେଉଁମାନେ ଥିଲେ, ସେମାନେ ଏକ ପୁଲିସ ଷ୍ଟେସନରେ ଥିବା ଭଳି ଦେଖିଥିଲେ ବିଲ୍ଡର ଜଣକ। ଫଳରେ ସେ ଏହି ଫେକ୍ କଲକୁ ସତ ବୋଲି ଭାବି ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking