32.1 C
Bhubaneswar
Sunday, March 22, 2026
Homeଓଡିଶାମାରଣାସ୍ତ୍ରରେ ହାଣି ଟଙ୍କା ଓ ମୋବାଇଲ ଲୁଟିନେଲେ ଲୁଟେରା

ମାରଣାସ୍ତ୍ରରେ ହାଣି ଟଙ୍କା ଓ ମୋବାଇଲ ଲୁଟିନେଲେ ଲୁଟେରା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଷ୍ଟେସନ ରୋଡ଼ରେ ଥିବା ଏକ ବାର୍‌ର ମ୍ୟାନେଜର ଓ ତାଙ୍କ ସହଯୋଗୀ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ତାଙ୍କୁ ଆକ୍ରମଣ କରି ଟଙ୍କା ସହିତ  ମୋବାଇଲ ଲୁଟିନେଲେ ଦୁର୍ବୃତ୍ତlଗତକାଲି ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ପ୍ରଥମେ ତାଙ୍କ ଗାଡ଼ିକୁ ଆଡ୍ଡା ପକାଇଥିଲେl ପରେ ବାର୍‌ର  ମ୍ୟାନେଜରଙ୍କ ହାତ ଓ ସହଯୋଗୀଙ୍କ ଅଣ୍ଟାକୁ କଟୁରିରେ ଆକ୍ରମଣ କରିଥିଲେ l ପରେ ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ନେଇ ଫେରାର ହୋଇଯାଇଥିଲେlସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲ ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି l ତେବେ ଖବର ଲେଖା ହେବା ବେଳକୁ ଖନ୍ତାପଡା ଥାନାରେ ଅଭିଯୋଗ ହୋଇନଥିବା ଜଣା ପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking