ଭୁବନେଶ୍ୱର: ଭୁବନେଶ୍ୱରରେ ମାତିଲେ ଲୁଟେରା । କଳିଙ୍ଗ ନଗରରେ ଥିବା ଏକ ସୁନା ଦୋକାନକୁ ଟାର୍ଗେଟ କରି ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ଗ୍ରାହକ ବେଶରେ ଆସିଲେ, ଭଉଣୀର ବାହାଘର ଅଛି ଗହଣା ଦେଖାନ୍ତୁ କହି ଲୁଟ କରିନେଲେ । ଦୋକାନରୁ ୫ଟି ସୁନା ମୁଦି, ୨ଟି ସୁନା ଚେନ୍ ଲୁଟ୍ କରି ନେଇଛନ୍ତି ଲୁଟେରା । ଆଖିରେ ସ୍ପ୍ରେ ମାରି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ରାଜଧାନୀରେ ଦିନ ଦ୍ବିପ୍ରହରରେ ହୋଇଛି ଏହି ଲୁଟ । ଘଟଣାକୁ ନେଇ ଭୟର ବାତାବରଣ ଖେଳିଯାଇଛି । ଖାଲି ସେତିକି ନୁହେଁ ଆଜି ସକାଳୁ ମଧ୍ୟ ପୁଲିସ ଅଧିକାରୀଙ୍କ ମାଆଙ୍କଠୁ ଲୁଟ ହୋଇଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମାଆ ସକାଳ ୭ ଟାରେ ମର୍ଣ୍ଣି ୱାର୍କ ପାଇଁ ଘରୁ ବାହାରିବା ବେଳେ ଲୁଟର ଶୀକାର ହୋଇଛନ୍ତି । ଥାନାରେ ଅଭିଯୋଗ ପରେ, ପୁଲିସ ତନାଘନା ଆରମ୍ଭ କରିଛି । ସିସିଟିଭିରେ କଏଦ ହୋଇଛି ଦୁଇ ଦୁର୍ବୁତ୍ତଙ୍କ କାରନାମା । ଜଣେ ମାସ୍କ ପିନ୍ଧି ଥିବା ବେଳେ, ଆଉ ଜଣେ ହୁଡି ପିନ୍ଧିଥିବା ଦେଖିବାକୁ ମିଳିଛି ।










