କୋରାପୁଟ: ତାଲା ଭାଙ୍ଗି ଘରୁ ଲୁଟ୍। ବନ୍ଦ ଘରୁ ଟଙ୍କା ସୁନା ଲୁଟି ନେଲେ ଦୁର୍ବୃତ୍ତ। ଘରେ କେହି ନଥିବାରୁ ସୁଯୋଗ ନେଇ ତାଲା ଭାଙ୍ଗି ବନ୍ଦ ଘରୁ ଟଙ୍କା ଓ ସୁନା ଲୁଟ୍ ହୋଇଛି। କୋରାପୁଟ ସଦର ଥାନା ପୋଡଗଡ ଗାଁରେ ଏହି ଲୁଟ୍ ହୋଇଛି। ସୂଚନା ଅନୁଯାୟୀ, ପୋଡ଼ଗଡ଼ ଗାଁର ଟିକିନା ପଣ୍ଡା ଓ ତାଙ୍କ ପରିବାର ଗତ ଶନିବାର ଦିନ ଆନ୍ଧ୍ର ପାର୍ବତୀପୁରକୁ ଯାଇଥିଲେ। ଆଜି ଘରକୁ ଫେରିବା ବେଳେ ଗ୍ରିଲ ଓ ଘର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଆଲମୀରା ତାଡ଼ି ପ୍ରାୟ ୩ ଭରି ସୁନା ଓ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏ ନେଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି। ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










