ଉତ୍ତରପ୍ରଦେଶ: ଗ୍ୟାସ ସିଲିଣ୍ଡର ପାଇଁ ଧାଡିରେ ଠିଆ ହୋଇ ଚାଲିଗଲା ବୃଦ୍ଧଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଉତ୍ତର ପ୍ରଦେଶର ଫାରୁଖାବାଦରେ ଘଟିଛି । ମୃତକଙ୍କ ପୁଅଙ୍କ କହିବା ଅନୁସାରେ,ଗ୍ୟାସ ସିଲିଣ୍ଡର ପାଇଁ ୩ ଘଣ୍ଟା ଧରି ଲାଇନରେ ବାପା ଛିଡା ହୋଇଥିଲେ । ସକାଳ ସାଢେ ୬ଟାରୁ ସେ ଛିଡା ହୋଇ ରହିଥିଲେ । ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସେ ପୂର୍ବାହ୍ନ ୯ଟାରେ ତଳେ ପଡିଗଲେ । ତାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ପାଖ ଲୋକ ମାନେ ଏକ ଇ- ରିକ୍ସାରେ ଆବାସ ବିକାଶର ଏକ ହୃଦରୋଗ ବିଶେଷଜ୍ଞ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଆହୁରି କହିଛନ୍ତି, ଯେତେବେଳେ ସେ ପଡିଯାଇଥିଲେ ଦୁଇ ଜଣ ଯୁବକ ତାଙ୍କୁ ସିପିଆର ଦେଇଥିଲେ । ତଥାପି ସେ ଉଠି ନଥିଲେ । ତେବେ ବଡ ପ୍ରଶ୍ନ ଉଠୁଛି ଗ୍ୟାସ ପାଇଁ ଲମ୍ବା ଲାଇନ କରି ଲୋକଙ୍କ ଜୀବନ ଯାଉଛି । କେବେ ଟଳିବ ଏହି ଗ୍ୟାସ ସମସ୍ୟା ?










