26.1 C
Bhubaneswar
Wednesday, March 25, 2026
Homeଓଡିଶାବ୍ୟାଙ୍କ ଆଗରେ ‘ସୁଭଦ୍ରା’ ମାନେ ହନ୍ତସନ୍ତ

ବ୍ୟାଙ୍କ ଆଗରେ ‘ସୁଭଦ୍ରା’ ମାନେ ହନ୍ତସନ୍ତ

ଗଞ୍ଜାମ : ‘ସୁଭଦ୍ରା’ ଯୋଜନା ଟଙ୍କା ପାଇବା ପାଇଁ ନିଜ ବ୍ୟାଙ୍କ ଖାତା କୁ ଠିକ୍ କରିବା ପାଇଁ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଚ ର ବ୍ୟାଙ୍କ ଗୁଡ଼ିକ ଆଗରେ ମହିଳା ମାନଙ୍କ ଭୀଷଣ ଭିଡ଼ ହେଉଛି।ଇଣ୍ଡିଆନ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଆଗରେ ସରକାରଙ୍କ ଶୁଭଦ୍ରା ମାନେ ପ୍ରଚଣ୍ଡ ରୌଦ୍ରତାପରେ ଠିଆ ହୋଇ ନାହିଁ ନଥିବା ହଇରାଣ ହେଉଛନ୍ତି।

ପ୍ରଚଣ୍ଡ ରୌଦ୍ରତାପ ଥିଲେ ଭି ବ୍ୟାଙ୍କ ତରଫରୁ ପାନୀୟ ଜଳ, ବସିବା ଓ ପାଲ ର ବ୍ୟବସ୍ଥା କରା ଯାଇ ନାହିଁ, ମହିଳା ମାନେ ପ୍ରଚଣ୍ଡ ରୌଦ୍ରତାପରେ ରାସ୍ତା ପର୍ଯ୍ୟନ୍ତ ଧାଡ଼ି ରେ ଘଣ୍ଟା ଘଣ୍ଟା ଠିଆ ହୋଇ ରହୁଛନ୍ତି। ମହିଳା ମାନେ ଏଣେ ତେଣେ ଖରା ରେ ବସିରହୁଛନ୍ତି, ମହିଳା ମାନଙ୍କ ଏପରି ଅବସ୍ଥା ଦେଖିଲେ, ମନେ ହେଉଛି ସରକାର ଙ୍କ ମହିଳା ମାନଙ୍କ ପ୍ରତି ଜୋ ସମ୍ମାନ କରି ଶୁଭଦ୍ରା ଯୋଜନା କରିଛନ୍ତି ତାହାକୁ ବ୍ୟାଙ୍କ କତୃପକ୍ଷ ଙ୍କ ଖାତିର ନାହିଁ। ଏହି ବିଷୟ ରେ ମହିଳା ମାନଙ୍କୁ ପଚାରିଲେ କହିବାକୁ ଡରୁଛନ୍ତି, କାରଣ କାଳେ ବ୍ୟାଙ୍କ କର୍ମଚାରୀ ସେମାନଙ୍କ ବ୍ୟାଙ୍କ ଖାତା ର ଅପଡେଟ କରିବେ ନାହିଁ। ତେଣୁ ହିତାଧିକାରୀ ଙ୍କ ପାଇଁ ପାନୀୟ ଜଳ , ବସିବା ର ବ୍ୟବସ୍ଥା, ଖରା ଦାଉରୁ ରକ୍ଷା ପାଇଁ ପାଲ ଟାଣିବା ର ବ୍ୟବସ୍ଥା କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପ୍ରଶାସନ ତୁରନ୍ତ ବ୍ୟବସ୍ଥା ର ଆବଶ୍ୟକତା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking