17.1 C
Bhubaneswar
Tuesday, February 3, 2026
Homeଓଡିଶାରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ମାମଲା; ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ମାମଲା; ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ: ରାଜ୍ୟରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାର ଆଜି ଶୁଣାଣି ହୋଇଛି। ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ସରକାର ଏଯାଏ ସତ୍ୟପାଠ ଦାଖଲ କରିନାହାନ୍ତି। ଆଜି ଆଡଭୋକେଟ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ଚୟନ ପାଇଁ ଗଠିତ ସର୍ଚ୍ଚ କମିଟିରେ କିଛି ସଦସ୍ୟ ନାହାନ୍ତି ବୋଲି ଦର୍ଶାଇ ସମୟ ଲୋଡ଼ିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ଆସନ୍ତା ତାରିଖରେ ଶୁଣାଣି ବେଳେ ସମସ୍ତ ତଥ୍ୟ ସହିତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ପ୍ରବୀର କୁମାର ଦାସ, ମନୋରଞ୍ଜନ ସାହୁ ଓ ସତୀଶ ବିଶ୍ୱାଳଙ୍କ ଦ୍ୱାରା ପୃଥକ ଭାବେ ରୁଜୁ ହୋଇଥିବା ତିନିଟି ଜନସ୍ୱାର୍ଥ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ଆସନ୍ତା ଜାନୁଆରି ୧୩ ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତିି। ସୂଚନାନୁସାରେ, ରାଜ୍ୟ ସରକାର ୨୦୧୯ ଫେବୃୟାରୀ ୨୮ ତାରିଖରେ ଲୋକାୟୁକ୍ତ ପ୍ରତିଷ୍ଠା କରିଥିଲେ। ଲୋକାୟୁକ୍ତରେ ଜଣେ ଅଧ୍ୟକ୍ଷ ଓ ୫ ଜଣ ସଦସ୍ୟ ରହିବାର ନିୟମ ରହିଛି। ସଦସ୍ୟ ୫ ଜଣକ ମଧ୍ୟରୁ ୨ ଜଣ ବିଚାର ବିଭାଗୀୟ ସଦସ୍ୟ ରହିବାର ନିୟମ ମଧ୍ୟ ରହିଛି। ତଦନୁସାରେ ୨୦୧୯ରେ ଅଧ୍ୟକ୍ଷଙ୍କ ସମେତ ସଦସ୍ୟମାନଙ୍କୁ ପର୍ଯ୍ୟାୟ କ୍ରମେ ନିଯୁକ୍ତ କରାଯାଇଥିଲା। ମାତ୍ର ସେମାନଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥିବାରୁ ସେହି ଅବଧି ଶେଷ ହେବା ପରେ ୨୦୨୪ ମାର୍ଚ୍ଚ ୧୯ ତାରିଖରୁ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ କାର୍ଯ୍ୟକାଳ କ୍ରମାନ୍ୱୟରେ ଶେଷ ହୋଇଥିଲା। ଶେଷରେ ୨୦୨୪ ଅଗଷ୍ଟ ୮ ତାରିଖରୁ ଲୋକାୟୁକ୍ତଙ୍କ ଅଧ୍ୟକ୍ଷ ଓ ସଦସ୍ୟ ପଦ ଖାଲି ପଡ଼ିଛି। ଏହାକୁ ନେଇ ହାଇକୋର୍ଟରେ ପୃଥକ ପୃଥକ ଆବେଦନ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking