30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବାଚସ୍ପତିଙ୍କ ପୋଡିୟମକୁ କାଗଜ ଫିଙ୍ଗି ୮ ସାଂସଦ ସସ୍‌ପେଣ୍ଡ

ବାଚସ୍ପତିଙ୍କ ପୋଡିୟମକୁ କାଗଜ ଫିଙ୍ଗି ୮ ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ବଜେଟ ଅଧିବେଶନରେ ଲୋକସଭାରେ ପ୍ରବଳ ହଙ୍ଗାମା । ରାହୁଲଗାନ୍ଧୀଙ୍କର ଭାଷଣ ବେଳେ ମୁହାଁମୁହିଁ ସ୍ଥିତି ଉପୁଜିଛି । ସଂସଦରେ ବାଚସ୍ପତିଙ୍କ ପୋଡିୟମକୁ କାଗଜ ଫିଙ୍ଗି ବିରୋଧୀ ଦଳର ୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଚଳିତ ବଜେଟ ଅଧିବେଶନରୁ ପୂରା ସସପେଣ୍ଡ ନେଇ ସୂଚନା ଦିଆଯାଇଛି । ରାଷ୍ଟ୍ରପତିଙ୍କ ଅଭଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ହଙ୍ଗାମା ସୃଷ୍ଟି ହୋଇଛି । ନିଲମ୍ବିତ ୮ ସାଂସଦ ହେଲେ ବିବି ଇଦେନ, ଅମରିନ୍ଦର ସିଂ ରାଜା ୱାରିଂ, ମଣିକମ ଟାଗୋର , ଗୁରଜିତ ସିଂ ଔଜଲା, କିରଣ କୁମାର ରେଡ୍ଡୀ, ପ୍ରଶାନ୍ତ ପାଡୋଲେ , ଏସ ଭେଙ୍କଟେସନ ଓ ଡିନ କୁରିଆକୋସଙ୍କୁ ଅଧିବେଶନରୁ ନିଲମ୍ବନ କରାଯାଇଛି । ସୂଚନାଥାଉକି,ଗୃହରେ ରାହୁଲଗାନ୍ଧୀଙ୍କୁ ନେଇ ତୁତୁ-ମେମେ ପରିସ୍ଥିତି ସୃଶ୍ଟି ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନିଜ ଚୌକିରୁ ଉଠି ପଡିଥିଲେ । ଯେତେବେଳେ ଲୋକସଭାରେ ଏଭଳି ପରିସ୍ଥିତି ଉପୁଜିଥିଲା । କିନ୍ତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ମତ ରଖିଥିଲେ ।  ସେ ତାଙ୍କର ଭାଷଣ ସମାପ୍ତ କରିନଥିଲେ । ହଟ୍ଟଗୋଳ ଯୋଗୁଁ ଗୃହର କାର୍ଯ୍ୟକୁ ଅନେକ ଥର ସ୍ଥଗିତ ରଖିବାକୁ ପଡିଲା। ଏହି ସମୟରେ, ଲୋକସଭାରେ ସାଂସଦମାନେ ବାଚସ୍ପତିଙ୍କ ପୋଡିୟମ ଆଡ଼କୁ କାଗଜ ଫିଙ୍ଗିଥିଲେ।ଅପରାହ୍ନ ୩ଟାରେ ଚତୁର୍ଥ ଥର ପାଇଁ ଲୋକସଭା କାର୍ଯ୍ୟ ପୁନରାରମ୍ଭ ହେବା ପରେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ କାଗଜପତ୍ର ଫିଙ୍ଗିଥିବା ସାଂସଦମାନଙ୍କୁ ନିଲମ୍ବନ କରିବା ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ, ଯାହାକି ଭୋଟ ଦ୍ୱାରା ଗୃହୀତ ହୋଇ ନିଲମ୍ବନ କରାଯାଇଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking