25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଅଗଷ୍ଟ ୩ ଯାଏ ଦୈନିକ ସୁପ୍ରିମକୋର୍ଟରେ ଚାଲିବ ଲୋକ ଅଦାଲତ

ଅଗଷ୍ଟ ୩ ଯାଏ ଦୈନିକ ସୁପ୍ରିମକୋର୍ଟରେ ଚାଲିବ ଲୋକ ଅଦାଲତ

ନୂଆଦିଲ୍ଲୀ : ସୋମବାର ଠାରୁ ସୁପ୍ରିମ୍‌କୋର୍ଟ ନିଜ ପ୍ରଥମ ସ୍ୱତନ୍ତ୍ର ଲୋକ ଅଦାଲତର ଶୁଭାରମ୍ଭ କରିଛନ୍ତି । ଲୋକଅଦାଲତ ଜରିଆରେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ଯଥାସମ୍ଭବ କମ୍ ଅବଧିରେ ଶେଷ କରିବାକୁ ଚେଷ୍ଟା କରାଯିବ । ତେବେ ଆଜି ଠାରୁ ଆରମ୍ଭ ହୋଇଥିବା ଲୋକ ଅଦାଲତ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଦୈନିକ ଭିତ୍ତିରେ କାର୍ଯ୍ୟକାରୀ ହେବ । ସିଧାସଳଖ କହିଲେ ଏହି ଅବଧି ମଧ୍ୟରେ ପ୍ରତିଦିନ ଲୋକ ଅଦାଲତ ଅନୁଷ୍ଠିତ ହେବ ଏବଂ ମାମଲା ଉପରେ ଶୁଣାଣି କରାଯିବ । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି ଏସମ୍ପର୍କରେ ସୂଚନା ଦେଇଛନ୍ତି ।
ସିଜେଆଇଙ୍କ କହିବାନୁସାରେ ଚଳିତ ସପ୍ତାହରେ ସୁପ୍ରିମ୍‌କୋର୍ଟର ୭ଟି ଖଣ୍ଡପୀଠ ଲୋକ ଅଦାଲତ ଆୟୋଜନ କରୁଛନ୍ତି । ଲୋକ ଅଦାଲତ ପୂର୍ବରୁ ବେଶ ସଫଳ ହୋଇଥିବା ଇତିହାସ ମୂକସାକ୍ଷୀ ରହିଛି । ଲୋକ ଅଦାଲତକୁ ବାର, ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ସମର୍ଥନ ରହିଛି । ସେହିପରି ହାଇକୋର୍ଟ, ରାଜ୍ୟ ସରକାର ଏବଂ ବୀମା କମ୍ପାନୀମାନେ ମଧ୍ୟ ଏଦିଗରେ ବ୍ୟାପକ ଭିତ୍ତିଭୂମି କାର୍ଯ୍ୟ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଛୋଟ ଛୋଟ ମାମଲାର ସମାଧାନ କରିବା । ସୁପ୍ରିମ୍‌କୋର୍ଟରେ କେତେ ଛୋଟ ଛୋଟ ମାମଲା ଆସେ ତାହା ଲୋକେ ବୁଝିପାରୁନାହାନ୍ତି, ତେଣୁ ଆମେ ସେବା ବିବାଦ, ଶ୍ରମ ବିବାଦ, ଜମି ଅଧିଗ୍ରହଣ ମାମଲା, ସଡ଼କ ଦୁର୍ଘଟଣା ଦାବି ମାମଲା, ଚେକ୍ ଅସମ୍ମାନ ମାମଲା ଭଳି ମାମଲାକୁ ଲୋକ ଅଦାଲତରେ ସ୍ଥାନିତ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking