ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ସ୍କୁଲ ଛାଡି, ତାଲା ପକାଇ ଛାତ୍ର ଛାତ୍ରୀ ମାନେ ଦାବିରେ ବସିଛନ୍ତି । ବାରିପଦା ଶ୍ରୀପଦଗଞ୍ଜ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା । ସୂଚନା ମୁତାବକ ସ୍କୁଲ ଫାଟକରେ ତାଲା ପକାଇଛନ୍ତି ଅଭିଭାବକ ମାନେ । ତେବେ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛନ୍ତି ମାତ୍ର ୨ ଟି ଶିକ୍ଷକ । ୧୨୨୪ ଜଣ ପିଲାଙ୍କୁ ପାଠ ପଢ଼ାଉଛନ୍ତି ମାତ୍ର ୨ ଜଣ ଶିକ୍ଷକ । ମାତ୍ର ୨ ଜଣ ଶିକ୍ଷା ଥିବା ହେତୁ ପିଲା ମାନଙ୍କୁ ସମସ୍ତ ବିଷୟ ପାଠ ପଢ଼ାଇବା ହୋଇପାରୁନି ସମ୍ଭବ । ପିଲା ମାନେ ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ସମସ୍ତ ବିଷୟକୁ ସଠିକ ଭାବରେ ବୁଝିପାରୁନାହାନ୍ତି। ଯାହା ଦ୍ୱାରା ସେମାନଙ୍କର ପାଠ ରେ ଅବହେଳା ଘଟୁଛି । ଏ ନେଇ ସେମାନେ ଦାବିରେ ରହିବ ସହିତ ସେମାନଙ୍କ ଅଭିଭାବକ ମାନେ ସ୍କୁଲ ରେ ତାଲା ପକାଇଛନ୍ତି । ଏବଂ ସରକାରଙ୍କୁ ନୂଆ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି ।