ପୁରୀ: ପୁରୀ ଜ଼ିଲ୍ଲା କଣାସ ବ୍ଲକ ବୀରକେଶରପୁର ଗାଁର ହରଚଣ୍ଡୀ ପ୍ରସାଦ କଣାସ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲିଲା ତାଲା । ରୋଗୀ ସେବା ବାଧାପ୍ରାପ୍ତ । ଆଜିକୁ ୫ଦିନ ଧରି ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଫାଟକରେ ଝୁଲୁଛି ତାଲା । ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀ ନିୟମିତ ଡାକ୍ତରଖାନା ଆସୁନଥିବା, ଅଧିକାଂଶ ସମୟ ଡାକ୍ତରଖାନା ବନ୍ଦ ରହୁଥିବା ସମ୍ପର୍କରେ ଗାଁ ଲୋକ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିଲେ। ୮ ଦିନ ପୂର୍ବରୁ ଡାକ୍ତର ଓ କର୍ମଚାରୀ ଡାକ୍ତରଖାନା ପରିସରରେ ମଦ ପିଉଥିବାର ଫଟୋ ସାମାଜିକ ଗଣମାଧ୍ଯମରେ ଭାଇରାଲ ହେବା ପରେ ଗତ ୧୨ତାରିଖରୁ ଅଞ୍ଚଳବାସି ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇଥିବାରୁ ଅପ୍ରିତୀକର ସ୍ଥିତି ଦେଖାଦେଇଛି । ୫ଦିନ ହେଲା ଡାକ୍ତରଖାନା ବନ୍ଦ ରହିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ନଥୁବା ଜଣାପଡ଼ିଛି ।