25.1 C
Bhubaneswar
Saturday, February 7, 2026
Homeଓଡିଶାଆତ୍ମହତ୍ୟା ନୁହେଁ ଉଲ୍ଲାସରେ ବଞ୍ଚିବା: ମୁଖ୍ୟମନ୍ତ୍ରୀ

ଆତ୍ମହତ୍ୟା ନୁହେଁ ଉଲ୍ଲାସରେ ବଞ୍ଚିବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆତ୍ମହତ୍ୟା ନିବାରଣ ଦିବସରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । କହିଛନ୍ତି, ବିଶ୍ୱନିୟତ୍ତାଙ୍କ ପ୍ରଦତ୍ତ ଜୀବନ ଅମୂଲ୍ୟ । ଯୁବବର୍ଗଙ୍କୁ ଆତ୍ମହତ୍ୟା ନକରିବାକୁ କଲେ ନିବେଦନ ।  ଜୀବନରେ ସମସ୍ୟା ଅଛି, ସମାଧାନ ବି ଅଛି । ସମସ୍ୟାର ସମାଧାନ ପାଇଁ  ସରକାର ଆପଣଙ୍କ ସହ ଅଛନ୍ତି । ହାରାସମେଣ୍ଟ କିମ୍ବା ବ୍ଲାକମେଲ ଶିକାର ହେଲେ କତ୍ତୃପକ୍ଷଙ୍କୁ ଜଣାନ୍ତୁ । ଜୀବନକୁ ହର୍ଷ ଓ ଉଲ୍ଲାସ ସହ  ବଞ୍ଚିବା ନେଇ  ସଂକଳ୍ପ କରିବା । ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ହେଉଛି ଏକ ସଚେତନତା ଦିବସ ଯାହା ପ୍ରତିବର୍ଷ ୧୦ ସେପ୍ଟେମ୍ବରରେ ପାଳନ କରାଯାଏ, ଯାହା ୨୦୦୩ ରୁ ସାରା ବିଶ୍ୱରେ ବିଭିନ୍ନ କାର୍ଯ୍ୟକଳାପ ସହିତ ଆତ୍ମହତ୍ୟାକୁ ରୋକିବା ପାଇଁ ବିଶ୍ୱବ୍ୟାପୀ ପ୍ରତିବଦ୍ଧତା ଏବଂ କାର୍ଯ୍ୟ ପ୍ରଦାନ କରିବା ପାଇଁ ପାଳନ କରାଯାଏ। ଆନ୍ତର୍ଜାତୀୟ ଆତ୍ମହତ୍ୟା ନିବାରଣ ସଂଘ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ଏବଂ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଫେଡେରେସନ  ସହିତ ମିଳିତ ଭାବରେ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଆୟୋଜନ କରେ। ୨୦୧୧ ରେ ପ୍ରାୟ ୪୦ ଟି ଦେଶ ଏହି ଅବସରରେ ସଚେତନତା କାର‌୍ୟ୍ୟକ୍ରମ ଆୟୋଜନ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking