22.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶବିଶ୍ୱର ସର୍ବାଧିକ ଦୁର୍ନୀତିଗ୍ରସ୍ତ ଦେଶଙ୍କ ତାଲିକା ଜାରି; ଜାଣନ୍ତୁ ଭାରତର ସ୍ଥାନରେ କେତେ?

ବିଶ୍ୱର ସର୍ବାଧିକ ଦୁର୍ନୀତିଗ୍ରସ୍ତ ଦେଶଙ୍କ ତାଲିକା ଜାରି; ଜାଣନ୍ତୁ ଭାରତର ସ୍ଥାନରେ କେତେ?

ନୂଆଦିଲ୍ଲୀ: ବିଶ୍ୱର ସର୍ବାଧିକ ଦୁର୍ନୀତିଗ୍ରସ୍ତ ଦେଶଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାକୁ ସାର୍ବଜନୀନ କରାଯାଇଛି। ଏଥିରେ ଭାରତ ୯୬ତମ ସ୍ଥାନରେ ରହିଛି। ଅର୍ଥାତ୍ ଗତ କିଛି ବର୍ଷ ମଧ୍ୟରେ ଭାରତରେ ଦୁର୍ନୀତି ହାର ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ୨୦୨୨ରେ ଭାରତର ସ୍ଥାନ ୪୦ତମ ଥିବା ବେଳେ ୨୦୨୩ରେ ଏହା ୯୩ତମ ସ୍ଥାନକୁ ଖସିଆସିଥିଲା। ବିଭିନ୍ନ ପାରାମିଟର ଆଧାରରେ ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ତାଲିକା ଜାରି କରାଯାଇଛି। କରପସନ୍ ପରସେପ୍‌ସନ୍ ଇଣ୍ଡେକ୍ସ (ସିପିଆଇ) ଅନୁସାରେ ୨୦୨୪ରେ ସାମ୍ନାକୁ ଆସିଥିବା ଏହି ତାଲିକାରେ ସର୍ବନିମ୍ନ ଦୁର୍ନୀତି ହାର ସହ ଡେନ୍‌ମାର୍କ ପୁଣିଥରେ ସର୍ବନିମ୍ନ ଦୁର୍ନୀତିଗ୍ରସ୍ତ ଦେଶ ଭାବେ ପ୍ରଥମ ସ୍ଥାନରେ ରହିଛି।

୨୦୨୩ରେ ମଧ୍ୟ ଡେନମାର୍କ ଏହି ଶୀର୍ଷ ସ୍ଥାନ ବଜାୟ ରଖିଥିଲା। ଡେନ୍‌ମାର୍କ ପରେ ଫିନ୍‌ଲାଣ୍ଡ, ସିଙ୍ଗାପୁର ଏବଂ ନ୍ୟୁଜିଲାଣ୍ଡ ଭଳି ଦେଶ ମଧ୍ୟ ସ୍ଥାନିତ ହୋଇଛନ୍ତି। ଏସବୁ ଦେଶରେ ମଧ୍ୟ ଦୁର୍ନୀତି ହାର ବେଶ୍ କମ୍ ରହିଛି। ୧୮୦ ଦେଶଙ୍କୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଭାରତର ପଡୋଶୀ ଦେଶ ପାକିସ୍ତାନ ସର୍ବାଧିକ ଦୁର୍ନୀତିଗ୍ରସ୍ତ ଦେଶ ଭାବେ ୧୩୫ତମ ସ୍ଥାନରେ ରହିଛି। ସେହିପରି ଶ୍ରୀଲଙ୍କା ପାକିସ୍ତାନ ତୁଳନାରେ କମ୍ ଦୁର୍ନୀତିଗ୍ରସ୍ତ ଦେଶ ଭାବେ ୧୨୧ତମ ସ୍ଥାନ ଅକ୍ତିଆର କରିଛି। ସେହିପରି ବାଂଲାଦେଶ ପାକିସ୍ତାନ ତୁଳନାରେ ମଧ୍ୟ ସର୍ବାଧିକ ଦୁର୍ନୀତିଗ୍ରସ୍ତ ଦେଶ ଭାବେ ୧୪୯ତମ ସ୍ଥାନରେ ରହିଛି। ତେବେ ଚୀନ୍ କିନ୍ତୁ ୭୬ତମ ସ୍ଥାନରେ ରହିଛି। ସେହିପରି ଆମେରିକା ଏଥର ୨୮ତମ ସ୍ଥାନକୁ ଖସିଆସିଛି, ପୂର୍ବରୁ ଏହା ୨୪ତମ ସ୍ଥାନରେ ରହିଥିଲା। ସେହିପରି ରୁଷ୍‌, ୟୁକ୍ରେନ୍ ମଧ୍ୟ ଯଥାକ୍ରମେ ୨୨ ଏବଂ ୩୫ତମ ସ୍ଥାନରେ ରହିଛନ୍ତି। ତେବେ ଏସବୁ ଦେଶଙ୍କ ମଧ୍ୟରେ ସାଉଥ୍ ସୁଦାନ ଏଥର ସର୍ବାଧିକ ଦୁର୍ନୀତିଗ୍ରସ୍ତ ଦେଶ ଭାବେ ଉଭା ହୋଇଛି। ପୂର୍ବରୁ ଏହି ସ୍ଥାନରେ ସୋମାଲିଆ ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking