35.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶସାମ୍ନାକୁ ଆସିଲା ୧୪ ଆତଙ୍କବାଦଙ୍କ ତାଲିକା

ସାମ୍ନାକୁ ଆସିଲା ୧୪ ଆତଙ୍କବାଦଙ୍କ ତାଲିକା

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଦେଶର ସ୍ୱର୍ଗ ବିବେଚିତ ହେଉଥିବା ଏହି ପ୍ରାନ୍ତରେ ଏବେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇଛି। ତେବେ ଏସବୁ ମଧ୍ୟରେ ଗୁଇନ୍ଦା ସଂସ୍ଥାଗୁଡ଼ିକ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ୧୪ଜଣ ସ୍ଥାନୀୟ ଆତଙ୍କବାଦୀଙ୍କ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଗୁଇନ୍ଦା ବିଭାଗ ଦର୍ଶାଇଛନ୍ତି ଯେ, ୨୦ ରୁ ୪୦ ବର୍ଷ ବୟସର ଏହି ବ୍ୟକ୍ତିମାନେ ପାକିସ୍ତାନରୁ ବିଦେଶୀ ଆତଙ୍କବାଦୀଙ୍କୁ ଲଜିଷ୍ଟିକ୍ସ ଏବଂ ଭୂମି ସହାୟତା ଯୋଗାଇ ସକ୍ରିୟ ଭାବରେ ସହାୟତା କରୁଛନ୍ତି। ଚିହ୍ନଟ ହୋଇଥିବା ଏହି ଆତଙ୍କବାଦୀମାନେ ତିନୋଟି ପ୍ରମୁଖ ପାକିସ୍ତାନ ସମର୍ôଥତ ଆତଙ୍କବାଦୀ ସଂଗଠନ ଯେପରିକି ହିଜବୁଲ ମୁଜାହିଦ୍ଦିନ, ଲଶ୍କର-ଏ-ତୋଇବା (ଏଲଇଟି) ଏବଂ ଜୈଶ-ଏ-ମହମ୍ମଦ (ଜେଏମ୍‌) ଅନ୍ତର୍ଭୁକ୍ତ। ଏଥିମଧ୍ୟରୁ ୩ ଜଣ ହିଜବୁଲ ମୁଜାହିଦ୍ଦିନ, ୮ଜଣ ଏଲ୍‌ଇଟି ଏବଂ ୩ ଜଣ ଜେଇଏମ ସହିତ ଜଡିତ। ଗୁଇନ୍ଦା ସୂଚନାନୁସାରେ, ଏହି ବ୍ୟକ୍ତିମାନେ ହେଲେ ଆଦିଲ ରେହମାନ ଡାଣ୍ଟୁ (୨୧), ଅସୀଫ ଅହମ୍ମଦ ଶେଖ (୨୮), ଅହସାନ ଅହମ୍ମଦ ଶେଖ (୨୩), ହରିସ ନାଜିର (୨୦), ଆମୀର ନାଜିର ୱାନି (୨୦), ୟାୱାର ଅହମ୍ମଦ ଭଟ, ଅସୀଫ ଅହମ୍ମଦ ଖାନ୍ଦି (୨୪), ନାସିର ଅହମ୍ମଦ ୱାନ (୨୧), ସହିଦ ଅହମ୍ମଦ ଅହମ୍ମଦ (୨୭) ୱାନି (୩୯), ହାରୋନ ରସିଦ ଗଣାଇ (୩୨) ଏବଂ ଜାକିର ଅହମ୍ମଦ ଘାନି (୨୯) ବୋଲି ଲିଷ୍ଟ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଅଧିକାରୀମାନେ ପୂର୍ବରୁ ପହଲଗାମ ଆତଙ୍କବାଦୀ ଆକ୍ରଣରରେ ସମ୍ପୃକ୍ତ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ତିନୋଟି ସ୍କେଚ୍ ଆସିଫ ଫୌଜି, ସୁଲେମାନ ଶାହ ଏବଂ ଆବୁ ତଲହାଙ୍କ ସ୍କେଚ୍ ଜାରି କରିଥିଲେ। ଘାଟିରେ ସକ୍ରିୟଥିବା ଅନ୍ୟ ଦୁଇ କର୍ମୀଙ୍କୁ ଆଦିଲ ଗୁରି ଏବଂ ଆହସାନ ଭାବରେ ଏବେ ଚିହ୍ନଟ କରାଯାଇଛି। ସେମାନଙ୍କ ପ୍ରତ୍ୟେକଙ୍କ ଉପରେ ୨୦ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଲସ୍କରର ଏକ ପ୍ରୋକ୍ସି ସଂଗଠନ ଟିଆରଏଫ୍ ପହଲଗାମ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିବାରୁ ଏନଆଇଏ ସହ ଗୁଇନ୍ଦା ବିଭାଗ ମଧ୍ୟ ବର୍ତ୍ତମାନ ଜମ୍ମୁ ଏବଂ କାଶ୍ମୀର ପୋଲିସକୁ ସାମଗ୍ରିକ ତଦନ୍ତରେ ସହାୟତା କରୁଛି। ଏନଆଇଏ ଦଳ ଆକ୍ରମଣ ସ୍ଥଳର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବ, ଫୋରେନସିକ ପ୍ରମାଣ ସଂଗ୍ରହ କରିବ ଏବଂ ଗଣହତ୍ୟା ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking