ଭୁବନେଶ୍ୱର: ୧୦ ମାସରେ ପିଇଦେଲେ ୬୫୬୯ କୋଟିର ମଦ । ରାଜ୍ୟରେ କ୍ରମାଗତ ଭାବେ ବଢି ଚାଲିଛି ମଦ ବିକ୍ରି । ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ବରିଚନ୍ଦନ ଉତ୍ତର ରଖିଛନ୍ତି । ୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ପିଇଛନ୍ତି ରାଜ୍ୟବାସୀ । ୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଛି । ୨୦୨୪-୨୫ରେ ୮ହଜାର ୧୯୫ କୋଟିର ରାଜସ୍ୱ ଆଦାୟ ହୋଇଛି । ଅନ୍ୟପଟେ ମଦ ବିକ୍ରିକୁ ନେଇ ମନ୍ତ୍ରୀ କହିଛନ୍ତି, କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ ବ୍ୟବହାର କରାଯିବ । ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ ଅଟେ । ସରକାର କାଚ ବୋତଲରେ ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଛି ।










