31.1 C
Bhubaneswar
Friday, February 13, 2026
Homeଓଡିଶାଲିଙ୍ଗରାଜ ମନ୍ଦିର ମାସକରେ କିଣିଛି ୪୨ଲିଟର ଓମଫେଡ୍‍ ଘିଅ

ଲିଙ୍ଗରାଜ ମନ୍ଦିର ମାସକରେ କିଣିଛି ୪୨ଲିଟର ଓମଫେଡ୍‍ ଘିଅ

ଭୁବନେଶ୍ୱର : ରାଜ୍ୟର ମନ୍ଦିରଗୁଡିକ ଶୁଦ୍ଧ ଘିଅ ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ସହିତ ଓମଫେଡ୍‍ ଘିଅ କିଣିବାକୁ ପରାମର୍ଶ ଦେଇଛନ୍ତି । ତଦନୁଯାୟୀ ଦେବାଳୟଗୁଡିକ ଓମଫେଡ୍‍ ଘିଅ ଖରିଦ କରୁଛନ୍ତି । ଗତ ମାସକ ମଧ୍ୟରେ ଲିଙ୍ଗରାଜ ମନ୍ଦିର କର୍ତ୍ତୃପକ୍ଷ ୪୨ଲିଟର ଓମଫେଡ୍‍ ଖରିଦ କରିଥିବା ସୂଚନାଦେଇଛନ୍ତି ଆଇନ୍‍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧିନରେ ପରିଚାଳିତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନରେ ଶୁଦ୍ଧ ଘିଅ ସହିତ ଉନ୍ନତମାସର ସାମଗ୍ରୀ ବ୍ୟବହାର ପାଇଁ ସମ୍ପୃକ୍ତ ଅନୁଷ୍ଠାନର ପରିଚାଳକ ଆୟ ଅନୁଯାୟୀ ବ୍ୟବସ୍ଥା କରିଥାନ୍ତି ।

ଶୁଦ୍ଧ ଘିଅ ବ୍ୟବହାର ପାଇଁ ସେମାନଙ୍କୁ କୁହାଯାଉଛି । ଆବଶ୍ୟକସ୍ଥଳେ ଟ୍ରଷ୍ଟବୋର୍ଡ ଶୁଦ୍ଧ ଘିଅ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଥାନ୍ତି । ଏହାବାଦ୍‍ ଭୋଗ ଏବଂ ଦୀପ ନିଲାମଧାରୀମାନଙ୍କୁ ଶୁଦ୍ଧ ଘିଅ ବ୍ୟବହାର କରିବା ନିମେନ୍ତ ଚୁକ୍ତପତ୍ରରେ ସର୍ତ୍ତାରୋପ କରାଯ।।ଇଥାଏ । ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗତ ଏକମାସ ମଧ୍ୟରେ ଲିଙ୍ଗରାଜ ମନ୍ଦିର ପାଇଁ ୪୨ଲିଟର ଓମଫେଡ୍‍ ଘିଅ କିଣାଯାଇଥିବାବେଳେ ଘଟଗାଁ ତାରିଣୀ ମନ୍ଦିରରେ ୩୦କେଜି, କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ୨୨.୫୩ କେଜି, କାକଟପୁରର ମା ମଙ୍ଗଳା ମନ୍ଦିରରେ ୧୫ କେଜି, ନୟାଗଡର ଶ୍ରୀଜଗନ୍ନାଥଜୀଉ ମନ୍ଦିରରେ ୩ କେଜି, ଶରଣକୁଳର ଲଡୁକେଶ ମନ୍ଦିରରେ ୨୫କେଜି ଓ ଓଡଗାଁର ରଘୁନାଥ ଜୀଉ ମନ୍ଦିରରେ ୨୧ କେଜି ଓମଫେଡ୍‍ ଘିଅ ଖରିଦ କରାଯ।।ଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking