ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ବିବାଦକୁ ନେଇ ଆଇନମନ୍ତ୍ରୀଙ୍କ ଘରେ ବୈଠକ ବସିଛି ା ଏହି ବୈଠକରେ କମିଶନର ଦେବଦତ୍ତ ସିଂ , ଖୋଦ୍ଧା ଜିଲ୍ଲାପାଳ , ଆଇନ ବିଭାଗ ସଚିବ ଉପସ୍ଥିତ ଅଛନ୍ତି । ସେବା ବିବାଦରୁ ଗତକାଲି ସନ୍ଧ୍ୟାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିଛି ନୀତିକାନ୍ତି ବ୍ୟବସ୍ଥା । ବଡୁ ସେବାୟତ ବାରମ୍ବାର ମନମୁଖୀ କାଯ୍ୟ କରୁଥିବା ଅଭିଯୋଗରେ ନୀତିକାନ୍ତି ବ୍ୟବସ୍ଥା ବନ୍ଦ ରହିଛି । ମକର ମଣ୍ଡପରେ ବସି ରହିଛନ୍ତି ଠାକୁର ।