31.1 C
Bhubaneswar
Wednesday, February 11, 2026
Homeଓଡିଶାବଜ୍ରାଘାତ ନେଲା ଜୀବନ

ବଜ୍ରାଘାତ ନେଲା ଜୀବନ

ମୟୂରଭଞ୍ଜ: ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳଗାଁ ପଞ୍ଚାୟତ ତଥା ସେହି ଗ୍ରାମର ଜନୈକ ବ୍ୟକ୍ତିଙ୍କର ବଜ୍ରାଘାତରେ ଶନିବାର ଅପରାହ୍ମ ୫ଘଟିକା ସମୟରେ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ମୃତ ଯୁବକ ହେଲେ ପୁତ୍ର ପୂର୍ଣ୍ଣଚନ୍ଦ୍ର ଓରଫ ଟିକି ଭାଇ (୪୬)। ସୂଚନା ଅନୁଯାୟୀ, ଶନିବାର ଅପରାହ୍ଣରେ ଶାଳଗାଁ ଗ୍ରାମର ସ୍ୱର୍ଗତ ନିତ୍ୟାନନ୍ଦ ସାହୁଙ୍କ ଏକମାତ୍ର ପୁତ୍ର ପୂର୍ଣ୍ଣଚନ୍ଦ୍ର ଘର ବାହାରେ ବୁଲାବୁଲି କରୁଥିଲେ। ଏହି ସମୟରେ ଘଡ଼ଘଡ଼ି ସହ ବର୍ଷାର ଆଗମନକୁ ଦେଖି ସେ ତୁରନ୍ତ ଘରକୁ ଫେରୁଥିଲେ। ଠିକ୍ ଘର ଆଗରେ ପରିବାର ସମ୍ମୁଖରେ ବଜ୍ରାଘାତ ହେବା ଯୋଗୁଁ ସେ ତଳେ ପଡିଯାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଡ଼ଘଡ଼ି ସହ ବର୍ଷାର ଆଗମନକୁ ଦେଖି ପୂର୍ଣ୍ଣଚନ୍ଦ୍ର ତୁରନ୍ତ ଘରକୁ ଫେରୁଥିଲେ। ଠିକ୍ ଘର ଆଗରେ ପରିବାର ସମ୍ମୁଖରେ ବଜ୍ରାଘାତ ହେବା ଯୋଗୁଁ ସେ ତଳେ ପଡିଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking