21.1 C
Bhubaneswar
Wednesday, February 11, 2026
Homeଓଡିଶାରାଜ୍ୟରେ ୨୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ରାଜ୍ୟରେ ୨୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପ୍ରବାହ ବର୍ଷା ଜାରି ରହିଛି । ସେପଟେ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗିରହିଛି। ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଭାବେ ୮୩.୬ ମିମି ବର୍ଷା ହେବା କଥା। ମାତ୍ର ସେହି ଅନୁଯାୟୀ ବର୍ଷା ହୋଇପାରି ନାହିଁ। ୨୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସେଥିମଧ୍ୟରୁ ୫ଟି ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ପୁରୀରେ ସର୍ବାଧିକ ୭୧% ନିଅଣ୍ଟିଆ ହୋଇଥିବା ବେଳେ ମୟୂରଭଞ୍ଜରେ ୬୮%, ବାଲେଶ୍ବରରେ ୬୩%, ବଲାଙ୍ଗୀରରେ ୬୧% ଓ କେନ୍ଦୁଝରରେ ୬୦% ନିଅଣ୍ଟିଆ ରହିଛି। ୮ଟି ଜିଲ୍ଲା ଯଥା ନୂଆପଡ଼ା, ସମ୍ବଲପୁର, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଢେଙ୍କାନାଳ, କଟକ ଓ ଜଗତ୍‌ସିଂହପୁର ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ବାକି ୧୭ଟି ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରବିବାର ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ‌ହୋଇପାରେ। ୨୪ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମିବ ଏବଂ ୨୫ ତାରିଖରୁ ପୁଣି ବଢ଼ିବ। ‌‌ତେବେ ୨୬ ତାରିଖରେ ଗଞ୍ଜାମ, ଗଜପତି ଓ କନ୍ଧମଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking